ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ ବିଭାଗ ଏହି ଉନ୍ନୟନ କାମ କରୁଛି ସେ ନେଇ ଜନସାଧାରଣ, ସ୍ଥାନୀୟ ଜନପ୍ରତିନିଧି କାହାକୁ ଜଣାନାହିଁ। ଫଲ୍ସ ବିଲ୍‌ କରି ଯନ୍ତ୍ରୀ ଓ ଠିକାଦାର ମାଲାମାଲ ହେବାର ମସୁଧା ହେଉଥିବା ଅଭିଯୋଗ ହେଉଛି।
ନବରଙ୍ଗପୁର ବ୍ଲକ ଭତରା ସିୟୁନି ପଞ୍ଚାୟତ ସଦର ମହକୁମାରେ ଏକ କଲଭର୍ଟ, ଖଳା ପିଣ୍ଡି ଓ ଏକ ଛାତ ଘର ନିର୍ମାଣ ଚାଲିଛି । ଶିରିଶି ଗାଁରେ ମଧ୍ୟ ସେହିଭଳି ଏକ କଲଭର୍ଟ ନିର୍ମାଣ ହୋଇଛି ଓ ପିଣ୍ଡି କାର୍ଯ୍ୟ ଭଳି ରାସ୍ତା କଡରେ ମୂଳଦୁଆ ଖୋଳି ମେଟାଲ ଓ ବାଲି ପକାଯାଇଛି । ତେବେ କେଉଁ ବିଭାଗ ଓ କିଏ ଏହି କାମ କରୁଛନ୍ତି, ସେ ନେଇ ସ୍ଥାନୀୟ ଲୋକେ ଜାଣି ନ ଥିବା କହିଛନ୍ତି । ଉକ୍ତ ପ୍ରକଳ୍ପ ନିକଟରେ ସୂଚନା ଫଳକ ନ ଥିବାରୁ ଏ ସମସ୍ତ ଉନ୍ନୟନ କାର୍ଯ୍ୟ ବିଷୟରେ ଜାଣିବା କଷ୍ଟକର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଶିରିଶି ଗାଁର ମୁନି ସାହିରେ ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ସରିଛି। ତେବେ ୩ଟି ରାସ୍ତାର ସଂଯୋଗୀକରଣ ସ୍ଥାନରେ କମ୍‌ ଚଉଡା ଓ ବିନା ମୂଳଦୁଆରେ କଲଭର୍ଟ ନିର୍ମାଣ କରାଯାଇଛି। ତେବେ ଉକ୍ତ ରାସ୍ତାର ପାର୍ଶ୍ୱ ନଦୀକୂଳିଆ ଅଞ୍ଚଳ ହୋଇଥିବାରୁ ବନ୍ୟାଜଳରେ ନିମ୍ନମାନର କାମ ହୋଇଥିବା କଲଭର୍ଟ ଭାଙ୍ଗିଯିବ ନଚେତ ଭୁଶୁଡି ପଡିବ ବୋଲି ଗ୍ରାମବାସୀ କରିଛନ୍ତି। ସେହିଭଳି ଉକ୍ତ ଗାଁର ମୁଖ୍ୟ ରାସ୍ତା କଡରେ ୫ ଫୁଟ ନିମ୍ନ ଭାଗରେ ବାଲି, ମେଟାଲ ପକାଇବା ସହିତ ମେଶିନ ମାଧ୍ୟମରେ ମୂଳଦୁଆ ଖୋଳା ଯାଇଛି । ଲକ୍ଷାଧିକ ଟଙ୍କାର କାମ ହେଉଥିଲେ ହେଁ ଏହି ଉନ୍ନୟନ କାର୍ଯ୍ୟ ନିକଟରେ କୌଣସି ସୂଚନା ଫଳକ ନାହିଁ। ସେହିଭଳି ଭତରା ସିୟୁନି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ କଲଭର୍ଟ କାର୍ଯ୍ୟ ଚାଲିଛି । ଗାଁ ମୁଣ୍ଡରେ ଏକ ଛାତ ଘର ସେଣ୍ଟରିଂ ହୋଇ ଛାତ ସ୍ତର ପର୍ଯ୍ୟନ୍ତ କାମ ସରିଲାଣି । ସେମିତି ଏସ୍‌ଏସ୍‌ଡି ହାଇସ୍କୁଲ ରାସ୍ତା କଡରେ ଖଳା ପାଇଁ ପିଣ୍ଡି ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଉକ୍ତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ନିକଟରେ ଗୋଟିଏ ବି ସୂଚନା ଫଳକ ଏଯାଏ ଲଗା ଯାଇନାହିଁ। କୌଣସି କାର୍ଯ୍ୟରେ ସ୍ଥାନୀୟ ଶ୍ରମିକଙ୍କୁ କାମରେ ଡକା ଯାଉନାହିଁ ଓ କାମରେ ଲଗାଉନାହାନ୍ତି ବୋଲି ୱାର୍ଡମେମ୍ବର ଲିଙ୍ଗରାଜ ରନ୍ଧାରି ଓ ପୂର୍ବତନ ସରପଞ୍ଚ ଧନୁର୍ଜୟ ନାୟକ କହିଛନ୍ତି । ଅନ୍ୟପକ୍ଷରେ ସୂଚନା ଫଳକ ଲଗାଇ କାର୍ଯ୍ୟ ହେଉ ନ ଥିବାରୁ ଏ ସମସ୍ତ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତିର ବାସ୍ନା ବାହାରୁଛି । ଅନ୍ୟପକ୍ଷରେ ୧୦ ଲକ୍ଷ ଟଙ୍କାରୁ କମ୍‌ ଉନ୍ନୟନ କାର୍ଯ୍ୟ ବିନା ଟେଣ୍ଡରରେ ବିଭାଗଗୁଡିକ ଯନ୍ତ୍ରୀମାନଙ୍କ ନାଁରେ କାର୍ଯ୍ୟାଦେଶ ରଖି କାମ ହେଉଥିବା ଅଭିଯୋଗ ହେଉଛି। ଏଭଳି ବିନା ସୂଚନା ଫଳକରେ କାର୍ଯ୍ୟ ଚାଲିଥିବାରୁ ଏ ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି । ପ୍ରଥମେ ସୂଚନା ଫଳକ ଲଗାଯାଇ ଉନ୍ନୟନ କାର୍ଯ୍ୟ କରାଯିବାକୁ ଦାବି ହେଉଛି । ଏ ନେଇ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚତ୍ ନାରାୟଣ ଦରୱାନଙ୍କ ମୋବାଇଲ ନମ୍ବର ୯୪୩୭୦୯୪୭୨୫କୁ ଯୋଗାଯୋଗ କରାଯିବାରୁ ସୁଇଚ ଅଫ ରହିଥିଲା। ସମନ୍ବିତ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୭୧୪୫୪୦୨କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri