Categories: ଜାତୀୟ

ପ୍ରଥମେ ମୋଦିଙ୍କ ପ୍ରଶଂସା କଲେ, ଜେଡିୟୁ ଛାଡି ନୂଆ ଦଳ ଗଠନ କଲେ ଉପେନ୍ଦ୍ର କୁଶୱାହା

ପାଟନା,୨୦ ।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଦୀର୍ଘଦିନ ଧରି ଚାଲିଥିବା ତୁତୁମେମେ ପରେ ଶେଷରେ ଉପେନ୍ଦ୍ର କୁଶୱାହା ଜନତା ଦଳ ୟୁନାଇଟେଡ(ଜେଡିୟୁ) ଛାଡିଛନ୍ତି । ସୋମବାର ସେ ଏହି ଘୋଷଣା କରିବା ସହ ନିଜର ନୂଆ ଦଳ ମଧ୍ୟ ଗଠନ କରିଛନ୍ତି । ସେ ତାଙ୍କ ଦଳର ନାମ ‘ରାଷ୍ଟ୍ରୀୟ ଲୋକ ଜନତା ଦଳ’ ରଖିଛନ୍ତି ।
ଉପେନ୍ଦ୍ର କୁଶୱାହା ବିଧାନ ପରିଷଦର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ନିଜ ଦଳର ଅଧ୍ୟକ୍ଷ ହେବେ । ଉପେନ୍ଦ୍ର କୁଶୱାହା କହିଛନ୍ତି ମୁଁ ଦଳର ସମସ୍ତ ଦାୟିତ୍ୱ ଛାଡି ଦେଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଲଲନ ସିଂହଙ୍କୁ ସକାଳୁ ଏ ସମ୍ପର୍କରେ ଜଣାଇଥିଲି । ସେ କହିଛନ୍ତି ବିରୋଧୀ ଦଳରେ ଏକତା ନାହିଁ ହେଲେବି ୨୦୨୪ ନିର୍ବାଚନରେ ବିଜୟୀ ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏତେ ସହଜ ହେବ ନାହିଁ ।
କୁଶୱାହା କହିଛନ୍ତି ଆଜିଠାରୁ ଏକ ନୂଆ ରାଜନୈତିକ ଖେଳ ଆରମ୍ଭ ହେଲା । ନୂଆ ଦଳର ନାମ ‘ରାଷ୍ଟ୍ରୀୟ ଲୋକ ଜନତା ଦଳ’ ରଖାଯାଇଛି । ନିର୍ବାଚିତ ସାଥିଙ୍କୁ ପାଟନା ଡକାଯାଇଛି । ସମସ୍ତେ ସେମାନଙ୍କର ସମସ୍ୟା ବଖାଣୁଛନ୍ତି । ସାଧାରଣ ଜନତା ମଧ୍ୟ ଚିନ୍ତାରେ ।

Share