Categories: ଜାତୀୟ

ଅନ୍ନଦାତାଙ୍କ ପ୍ରସଙ୍ଗରେ ୟୁପିଏ ଅସଫଳ ରହିଛି: ଶିବସେନା

ନୂଆଦିଲ୍ଲୀ,୨୬।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଦୁର୍ବଳ ପଡ଼ିଯାଇଛି। ୟୁପିଏ କୃଷି ଆଇନ ନେଇ ଅସଫଳ ରହିଥିବା ଶିବସେନା ପକ୍ଷରୁ କୁହାଯାଇଛି। ଶିବସେନା ମୁଖପତ୍ର ସାମନାରେ ଏନେଇ ଲେଖା ପ୍ରକାଶ ପାଇଛି। ଶରଦ ପାଓ୍ବାରଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ ହେବାର ଆବଶ୍ୟକ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଶରଦଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସହିତ ମୁକାବିଲା କରାଯିବା ସମ୍ଭାବନା ଥିବା ଏଥିରେ ଦର୍ଶାଯାଇଛି। କଂଗ୍ରେସରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନ ଥିବାରୁ ୟୁପିଏ ଦୁର୍ବଳ ହୋଇପଡ଼ିଛି। ସୋନିଆ ଗାନ୍ଧୀ ମୋଦିଙ୍କ ମୁକାବିଲା କରିବାକୁ ଅସମର୍ଥ। ସେହିପରି ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି। ୟୁପିଏର ସ୍ଥିତି ଏକ ଏନ୍‌ଜିଓ ଭଳି ହୋଇଛି ବୋଲି ସାମନାରେ କୁହାଯାଇଛି।

Share