Categories: ଜାତୀୟ

ୟୁପି ଜିଲା ପଞ୍ଚାୟତ ନିର୍ବାଚନ: ୭୫ରୁ ୬୭ରେ ବିଜୟୀ ହେଲା ଭାଜପା

ଲକ୍ଷ୍ନୌ,୩ ।୭: ଉତ୍ତର ପ୍ରଦେଶର ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଆସିଛି । ଏଥିରେ ଭାରତୀୟ ଜନତା ପାର୍ଟି(ଭାଜପା) ୭୫ରୁ ୬୭ଆସନରେ ବିଜୟୀ ହୋଇଛି । ଶନିବାର ୫୩ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ଏହାପୂର୍ବରୁ ୨୨ ଜିଲାରେ ପଞ୍ଚାୟତ ଅଧ୍ୟକ୍ଷ ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ । ଏହି ବିଜୟ ପରେ ଭାଜପା ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯୋଗୀଙ୍କ ସୁଶାସନ ଓ କଲ୍ୟାଣକାରୀ କାର୍ଯ୍ୟ ଯୋଗୁ ଆଜି ଭାଜପାକୁ ରାଜ୍ୟରେ ପୁଣିଥରେ ସଫଳତା ମିଳିଛି ବୋଲି କହିଛନ୍ତି ଭାଜପା ପ୍ରାର୍ଥୀ । ଏହାସହ ମୁଖ୍ୟମନ୍ତ୍ରୀ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭକାମନା ଜଣାଇବା ସହ ଏମାନଙ୍କ ବିଜୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ ବୋଲି କହିଛନ୍ତି ।

Share