Categories: ଖେଳ

ଆଚରଣ ବିଧି ଉଲ୍ଲଂଘନ୍‌: ୟୁପି ଓ୍ବାରିଅର୍ଜର ଏହି ଦୁଇ ଖେଳାଳି ଦେବେ ଜରିମାନା

ନୂଆଦିଲ୍ଲୀ,୧୦ା୩: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ୟୁପି ଓ୍ବାରିଅର୍ଜର ସୋଫି ଏକ୍ଲେଷ୍ଟୋନ ଓ କିରଣ ନାଭଗିରେଙ୍କୁ ସେମାନଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି।

ସେ ଲେଭଲ ଓ୍ବାନ ଅପରାଧ କରି ଡବ୍ଲ୍ୟୁପିଏଲ୍‌ ନିୟମାବଳୀର ଧାରା ୨.୨ର ଉଲ୍ଲଂଘନ କରିଛନ୍ତି। ଏକ ମ୍ୟାଚ ବେଳେ କ୍ରିକେଟ ଉପକରଣ କିମ୍ବା ପୋଷାକ, କ୍ରିକେଟ ସରଞ୍ଜାମ, ଗ୍ରାଉଣ୍ଡ ସରଞ୍ଜାମ କିମ୍ବା ଫିକ୍ସର ଓ ଫିଟିଙ୍ଗର ଅପବ୍ୟବହାର କଲେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଡବ୍ଲ୍ୟୁପିଏଲ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ଲେଭଲ-୧ ଅପରାଧରେ ମ୍ୟାଚ ରେଫରିଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ। ସୂଚନାଯୋଗ୍ୟ, ଦୀପ୍ତି ଶର୍ମାଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ଦ୍ୱାରା ଓ୍ବାରିଅର୍ଜ ଦଳ ଦୃଢ ପ୍ରତ୍ୟାବର୍ତ୍ତନ ସହ ୧ ରନରେ ରୋମାଞ୍ଚକ ବିଜୟ ହାସଲ କରିଛି। ଦୀପ୍ତି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ପ୍ରଥମ ଭାରତୀୟ ଏବଂ ଦ୍ୱିତୀୟ ଖେଳାଳି ଭାବେ ଲିଗ୍‌ ଇତିହାସରେ ଏକ ହ୍ୟାଟ୍ରିକ ଅର୍ଜନ କରିଥିଲେ।

Share