Categories: ଜାତୀୟ

ମାଗଣାରେ ଟାବଲେଟ,ସ୍ମାର୍ଟଫୋନ ବାଣ୍ଟିବେ

ଲକ୍ଷ୍ନୌ,୨୪।୧୦: ନଭେମ୍ବର ଶେଷ ସୁଦ୍ଧା ଉତ୍ତରପ୍ରଦେଶ ସରକାର ଯୁବପିଢ଼ିଙ୍କୁ ମାଗଣାରେ ଟାବଲେଟ୍‌ ଓ ସ୍ମାର୍ଟଫୋନ ବାଣ୍ଟିବେ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି।

ସୁଲତାନପୁରଠାରେ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନବେଳେ ଯୋଗୀ କହିଛନ୍ତି, ତାଙ୍କ ସରକାର ରାଜ୍ୟରେ ରୋଜଗାର ସୃଷ୍ଟି କରିବାକୁ ଯାଉଛନ୍ତି। ଲାଟେଷ୍ଟ ଟେକ୍‌ନୋଲୋଜି ସହ ବ୍ୟବହୃତ କରାଇବା ପାଇଁ ଯୁବବର୍ଗ ମଧ୍ୟରେ ମାଗଣାରେ ସ୍ମାର୍ଟଫୋନ ବଣ୍ଟାଯିବ।

Share