Categories: ଖେଳ

ରିଙ୍କୁ ସିଂଙ୍କ ପୁଣି ଜଲଓ୍ବା: ସୁପର ଓଭରରେ ଲଗାତର ୬,୬,୬,

ନୂଆଦିଲ୍ଲୀ,୧।୯: ୨୦୨୩ ବର୍ଷ ତାଙ୍କ କ୍ରିକେଟ କ୍ୟାରିୟରରେ ରିଙ୍କୁ ସିଂଙ୍କ ପାଇଁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣିତ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ ତମ ସିଜନରେ ଲଗାତାର ୫ଟି ଛକା ମାରି କୋଲକାତା ନାଇଟ ରାଇଡର୍ସକୁ ବିଜୟରେ ପହଞ୍ଚାଇଥିବା ରିଙ୍କୁ ଏବେ ପୁଣି ସମାନ କାର୍ଯ୍ୟ କରିଛନ୍ତି। ଅଗଷ୍ଟ ୩୦ରୁ ଆରମ୍ଭ ହୋଇଥିବା ୟୁପି ଟି-୨୦ ଲିଗର ପ୍ରଥମ ସଂସ୍କରଣର ତୃତୀୟ ମ୍ୟାଚରେ ରିଙ୍କୁ ସୁପର ଓଭରରେ କ୍ରମାଗତ ୩ଟି ଛକା ମାରିଥିଲେ। ଏହାକୁ ଆଧାର କରି ମେରୁଟ ମାର୍ଭିକ୍ସ ଦଳ କାଶୀ ରୁଦ୍ରାସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା।
ୟୁପି ଟି-୨୦ ଲିଗ ର ତୃତୀୟ ମ୍ୟାଚରେ ମେରୁଟ-କାଶୀ ସହ ମୁହାଁମୁହିଁ ହୋଇଥିଲେ। ଉଭୟ ଇନିଂସ ସମାପ୍ତ ହେବା ପରେ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ସୁପର ଓଭରରେ କାଶୀ ରୁଦ୍ରାସ ଦଳ ୬ ଟି ବଲରେ ୧୬ ରନ ସଂଗ୍ରହ କରି ମେରଟଙ୍କୁ ୧୭ ରନ ଲକ୍ଷ୍ୟ ଦେଇଥିଲେ। ମାର୍ଭିକ୍ସ ପାଇଁ ଇନିଂସ ଆରମ୍ଭ କରିବାକୁ ରିଙ୍କୁ ସିଂଙ୍କ ସହ ଦିବ୍ୟଶ ଯୋଶୀଙ୍କୁ ପଠାଯାଇଥିଲା।
ସୁପର ଓଭରର ପ୍ରଥମ ବଲ ଡଟ ହେବା ପରେ ରିଙ୍କୁ ବାମହାତୀ ସ୍ପିନର ଶିବ ସିଂଙ୍କ ପରବର୍ତ୍ତୀ ବଲକୁ ଛକା ମାରିଥିଲେ। ତୃତୀୟ ଏବଂ ଚତୁର୍ଥ ବଲ୍‌ ମଧ୍ୟ ଛକା ମାରି ରିଙ୍କୁ ମ୍ୟାଚ ଶେଷ କରିଥିଲେ।

Share