Categories: ଜାତୀୟ

ବିବାହ ଖୁସିରେ ଖେଳିଗଲା ଶୋକର ଛାୟା: ଚାଲିଗଲା ୧୩ ଜୀବନ

ଲକ୍ଷ୍ନୌ,୧୭।୨: ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। କୁଶୀନଗର ବୁଧବାର ସାରେ କୂଅରେ ଗଳି ପଡି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଜିଲାର ନୌରାଙ୍ଗିଆ ଗ୍ରାମରେ ଏକ ବିବାହ ସମାରୋହରେ ହଳଦୀ ଉତ୍ସବ ପାଇଁ ବହୁ ସଂଖ୍ୟାରେ ମହିଳା ଓ ବାଳିକା କୂଅ ପାଖରେ ଏକତ୍ରିତ ହୋଇଥିଲେ। ହଠାତ୍‌ କୂଅର ସ୍ଲାବ ଭାଙ୍ଗି ଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ୨୨ ଜଣ ମହିଳା, ବାଳିକା କୂଅରେ ପଡ଼ିଯାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ସ୍ଥାନୀୟ ପୋଲିସ ୯ ଜଣଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ହେତୁ ବିବାହର ଖୁସି ଶୋକରେ ପରିଣତ ହୋଇଛି। ଦୁର୍ଘଟଣା ସମ୍ବନ୍ଧୀୟ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀଙ୍କ ସହ ବହୁ ସଂଖ୍ୟକ ପ୍ରଶାସନିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତି ହୋଇଥିବାରୁ ଉଦ୍ଧାରରେ ବାଧା ଉପୁଜିଥିଲା।

Share