ଜୁଲାଇ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ

ଲକ୍ଷ୍ନୌ,୧୬।୬: କରୋନାର ଦ୍ୱିତୀୟ ଲହର ଉତ୍ତରପ୍ରଦେଶରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତେବେ କିଛି ଜିଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ଜୁନ ୧ରୁ ଅନ୍‌ଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଯୋଗୀ ସରକାର ସ୍କୁଲକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧ରୁ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ହେଲେ ଏହି ସମୟରେ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯାଇନାହିଁ। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଅନ୍‌ଲାଇନରେ କ୍ଲାସ୍‌ କରିବେ। କେବଳ ସ୍କୁଲର ଶିକ୍ଷାଦାନ କର୍ମଚାରୀ ଓ ଅଣ-ଶିକ୍ଷାଦାନ କର୍ମଚାରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯାଇଛି। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Share