Posted inଜାତୀୟ

ରିକ୍ସା ଚାଳକଙ୍କ ନାମରେ ଆସିଲା ୩ କୋଟି ଟଙ୍କାର ଟ୍ୟାକ୍ସ ଠକେଇ

ମଥୁରା,୨୫।୧୦: ଉତ୍ତରପ୍ରଦେଶ ମଥୁରାର ଜଣେ ରିକ୍ସା ଚାଳକଙ୍କୁ ଆୟକର ବିଭାଗ ୩ କୋଟି ଟଙ୍କାର ଟିକସ୍‌ ଦେବାକୁ ନୋଟିସ ଜାରି କରିଛି। ଏହି ନୋଟିସ ପାଇବା ପରେ ରିକ୍ସା ଚାଳକ ଜଣକ ଅଡୁଆରେ ପଡିଛନ୍ତି। ରିକ୍ସା ଚାଳକ ବାକଲପୁର ଅଞ୍ଚଳ ଅମର କଲୋନୀ ନିବାସୀ ପ୍ରତାପ ସିଂ ନୋଟିସର ଯାଞ୍ଚ ନେଇ ସ୍ଥାନୀୟ ହାଇୱେ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ।

ଅନ୍ୟପକ୍ଷେ ପ୍ରତାପ ସୋସିଆଲ ମିଡିଆରେ ଏକ ଭିଡିଓ ଅପ୍‌ଲୋଡ କରି ଘଟଣା ବିଷୟରେ କହିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ସେ ବାକଲପୁର ସ୍ଥିତ ଏକ ଜନସୁବିଧା କେନ୍ଦ୍ରରେ ପାନକାର୍ଡ ପାଇଁ ଆବେଦନ କରିଥିଲେ । କାରଣ ବ୍ୟାଙ୍କ ତାଙ୍କୁ ପାନକାର୍ଡ ଜମା କରିବାକୁ କହିଥିଲା । ହେଲେ ଜନ ସୁବିଧା କେନ୍ଦ୍ର ପକ୍ଷରୁ ତାଙ୍କୁ ମାସେ ମଧ୍ୟରେ ପାନକାର୍ଡ ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ତାହା ଆସି ନ ଥିଲା। ପ୍ରତାପ ବାରମ୍ବାର ପାନକାର୍ଡ ପାଇଁ ଜନସୁବିଧା କେନ୍ଦ୍ରକୁ ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପାନକାର୍ଡର ଏକ କଲର ପ୍ରିଣ୍ଟ ଦିଆଯାଇଥିଲା। କିନ୍ତୁ ତାହା ଓରିଜିନାଲ କି ଫେକ୍‌ ସେ ଜାଣି ପାରି ନ ଥିଲେ। ପ୍ରତାପଙ୍କୁ ଯେତେବେଳେ ଆଇଟି ଡିପାର୍ଟମେଣ୍ଟରୁ କଲ ଆସିଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆୟକର ବିଭାଗ ପ୍ରତାପଙ୍କୁ ୩,୪୭,୫୪,୮୯୬ ଟଙ୍କା ଦେବାକୁ କହିଥିଲେ । ପ୍ରତାପ ଯେତେବେଳେ କହିଥିଲେ, ସେ ଜଣେ ରିକ୍ସା ଚାଳକ ତାଙ୍କ ନାମରେ ଏତେ ଟଙ୍କାର ନୋଟିସ ଆସିଲା କିପରି ବୋଲି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri