Categories: ଜାତୀୟ

ରାମପୁର ଲୋକ ସଭା ଉପନିର୍ବାଚନ:ପ୍ରାର୍ଥୀ ଘୋଷଣା କଲା ଏସ୍‌ପି

ଲକ୍ଷ୍ନୌ,୬।୬: ରାମପୁର ଲୋକ ସଭା ଉପନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ସୋମବାର ପ୍ରାର୍ଥୀ ଘୋଷଣା କରାଯାଇଛି। ପାର୍ଟି ଅଫିସ୍‌ରେ ବୈଠକ ପରେ ଏସପି ନେତା ଆଜମ ଖାନ ନିଜେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଲୋକସଭା ଉପନିର୍ବାଚନରେ ଅସୀମ ରାଜାଙ୍କୁ ଟିକେଟ୍‌ ଦେଇଛି ଏସ୍‌ପି। ତାଙ୍କ ବିପକ୍ଷରେ ଭାରତୀୟ ଜନତା ଦଳ ଘନଶ୍ୟାମ ଲୋଧିଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସୋମବାର ଘନଶ୍ୟାମ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ ବୋଲି ସୂଚନା ମିଳିଛି। ଅସୀମ ଏସପି ବିଧାୟକ ଆଜମ ଖାନଙ୍କ ନିକଟତର।
ଏସପି ନେତା ଆଜମ ଖାନ ଲୋକ ସଭାର ସଦସ୍ୟତାରୁ ଇସ୍ତଫା ଦେବା ପରେ ରାମପୁର ସଂସଦୀୟ ଆସନ ଖାଲି ପଡିଛି। ଆଜମ ରାମପୁର ବିଧାୟକ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି। ସ୍ବାଧୀନତା ପରେ ରାମପୁରରେ ପ୍ରଥମ ଥର ପାଇଁ ଲୋକ ସଭା ଆସନ ପାଇଁ ଉପନିର୍ବାଚନ ହେବ।

Share