ୟୁପିରେ ୫୯.୮୩, ପଞ୍ଜାବରେ ୬୪.୨୭ ମତଦାନ

ଲକ୍ଷ୍ନୌ/ଚଣ୍ଡିଗଡ,୨୦।୨: ଉତ୍ତରପ୍ରଦେଶର ୧୬ଟି ଜିଲାର ୫୯ଟି ଆସନରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ୫୯.୮୩ ପ୍ରତିଶତ ଭୋଟିଂ ହୋଇଛି। ଲଲିତପୁର ଜିଲାରେ ସର୍ବାଧିକ ୬୭.୩୭ ପ୍ରତିଶତ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଛି। ସର୍ବନିମ୍ନ ୫୦.୮୮ ପ୍ରତିଶତ ଭୋଟ କାନପୁରରେ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇଥିବା ୫୯ଟି ଆସନରେ ୨୦୧୭ ରେ ୬୨.୩୬ ପ୍ରତିଶତ ଭୋଟ ଦିଆଯାଇଥିଲା।
ସେହିପରି ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଶେଷ ହୋଇଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଏଠାରେ ସା ୫ଟା ପର୍ଯ୍ୟନ୍ତ ୬୪.୨୭ ପ୍ରତିଶତ ମତଦାନ ହୋଇଥିଲା। ମାନସା ଜିଲାରେ ସର୍ବାଧିକ ଭୋଟ ହାର ୭୩.୪୫ ପ୍ରତିଶତ ରେକର୍ଡ କରାଯାଇଛି। ମୋହାଲି ଜିଲାରେ ସର୍ବନିମ୍ନ ମତଦାନ ୫୩.୧୦ ପ୍ରତିଶତ ଥିଲା। ଗତ ଥର ଅର୍ଥାତ୍‌ ୨୦୧୭ରେ ମୋଟ ୭୬.୮୩% ଲୋକ ପଞ୍ଜାବରେ ଭୋଟ ଦେଇଥିଲେ।

Share