Categories: ଜାତୀୟ

ପଞ୍ଚାୟତ ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ନିର୍ବାଚନ ଆୟୋଗ ଶୁକ୍ରବର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ୭୫ଟି ଜିଲାରେ ଚାରିଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୫ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୯ରେ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ଏବଂ ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ। ସେମାନଙ୍କର କାର୍ଯ୍ୟକାଳ ଶେଷ ନହେବା କାରଣରୁ ସୀତାପୁରର ୩, ବାହରାଇଚ ୧ ଏବଂ ଗୋଣ୍ଡାର ୯ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଭୋଟ ଗଣନା ମେ ୨ରେ ହେବ। ନିର୍ବାଚନ ତାରିଖ ଘୋଷଣା ସହିତ ୟୁପିରେ ଆଚରଣ ବିଧି ଲାଗୁ କରାଯାଇଛି।

Share