Categories: ଜାତୀୟ

୭୫ ବର୍ଷ ବୟସରେ ୯୨ ଥର ହାରିଲେଣି ଏହି ପ୍ରାର୍ଥୀ: ତଥାପି ଛାଡିନି ଲଢିବାର ନିଶା

ଲକ୍ଷ୍ନୌ,୫।୪: ଏବେ ଦେଶରେ ଚାଲିଛି ନିର୍ବାଚନ ଋତୁ। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଉତ୍ତର ପ୍ରଦେଶରେ ପଞ୍ଚାୟନ ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଏଥରେ ୟୁପି ପଞ୍ଚାୟତ ନିର୍ବାଚନରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବିଭିନ୍ନ ପଦବୀରେ ୯୨ ଥର ନିର୍ବାଚନ ହାରିଯିବା ପରେ ମଧ୍ୟ ଆଗ୍ରାର ହସନୁରାମ ଆମ୍ବେଦକରି ଏଥର ମଧ୍ୟ ଉତ୍ସାହର ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଛିଣ୍ଡି ଯାଇଥିବା ଜୋତା, ଖଦି କୁର୍ତ୍ତା ଏବଂ ମନରେ ବିଜୟର ଆଶା ପାଇଁ ୭୫ ବର୍ଷୀୟ ହସନୁରାମ ଆମ୍ବେଦକାରି ରବିବାର ୯୩ ତମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥର ସେ ୱାର୍ଡ ୩୦ରୁ ଜିଲା ପଞ୍ଚାୟତ ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଯେକୌଣସି ନିର୍ବାଚନ ହେଉ ପ୍ରତିଥର ଜିତିବା ଆଶାରେ ହନସୁରାମ ନାମାଙ୍କନ ଦାଖଲ କରନ୍ତି। ୧୯୮୫ରୁ ସେ ଲଗାତାର ୩୬ ବର୍ଷ ହେବ ୯୨ଥର ନିର୍ବାଚନ ଲଢି ସାରିଲେଣି। କିନ୍ତୁ ଏପର୍ଯ୍ୟନ୍ତ ଥରେ ମଧ୍ୟ ସେ ବିଜୟ ମୁକୁଟ ପିନ୍ଧି ନାହାନ୍ତି। ୧୯୮୮ରେ ରାଷ୍ଟ୍ରପତି ପଦ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ଏହା ଖାରଜ ହୋଇଯାଇଥିଲା।

 

Share