Posted inଜାତୀୟ

ୟୁପିରେ ହାଇଆଲର୍ଟ

ଲକ୍ଷ୍ନୌ,୧୨।୯: ଜ୍ଞାନବାପି ମସ୍‌ଜିଦ ମାମଲାରେ ବାରାଣସୀ ଜିଲା କୋର୍ଟ ସୋମବାର ଅଞ୍ଜୁମନ ଇଣ୍ଟେଜେମିଆ ମସ୍‌ଜିଦ କମିଟିର ଆବେଦନକୁ ଖାରଜ କରିଦେବା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଜିଲା ଜଜ୍‌ ଅଜୟ କ୍ରିଷ୍ଣ ବିଶ୍ୱେଷ ମହିଳା ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଜ୍ଞାନବାପି ରାୟ ପରେ ରାଜ୍ୟର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି। ଶାନ୍ତି ବଜାୟ ରଖିବା ପାଇଁ ପାଟ୍ରୋଲିଂ କରାଯାଉଛି। ସେହିପରି ଶାନ୍ତି ବଜାୟ ରଖିବା ଲାଗି ଧର୍ମୀୟ ନେତାମାନେ ଜନସାଧାରଣଙ୍କୁ ଆହ୍ବାନ ଦେଇଥିବା ଅତିରିକ୍ତ ପୋଲିସ ଡିଜି ପ୍ରଶାନ୍ତ କୁମାର କହିଛନ୍ତି। ଅସାମାଜିକ ତତ୍ତ୍ୱମାନେ ଯେପରି ବର୍ତ୍ତମାନ ସ୍ଥିତିର ଫାଇଦା ନ ଉଠାନ୍ତି, ତାହା ସୁନିଶ୍ଚିତ କରିବା ଲାଗି ଅଧିକ ରିଜର୍ଭ ଫୋର୍ସ ମୁତୟନ କରାଯାଇଛି। ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ମଧ୍ୟ ନଜର ରଖିବା ଲାଗି ଡିଜିଟାଲ ଭଲ୍ୟୁଣ୍ଟିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅତିରିକ୍ତ ପୋଲିସ ଡିଜି ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ   

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...

ନାବାଳିକା ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ପ୍ରେମିକ: ଆଉ ତା’ପରେ…

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା...

ଭାଜପାର ବଡ଼ ଘୋଷଣା: ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଜନତା ପାର୍ଟି ତାମିଲନାଡୁ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାଜପା। ବାଣିଜ୍ୟ ଏବଂ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍, ୨ ସାଙ୍ଗଙ୍କ ମୃତ୍ୟୁ

ଧର୍ମଗଡ଼,୧୫।୧୨(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri