ନର୍ସିଂହୋମ କାନ୍ଥରେ ଝୁଲୁଛି ନର୍ସଙ୍କ ମୃତଦେହ; ଦିନକ ପୂର୍ବରୁ ଚାକିରିରେ ଯୋଗ ଦେଇଥିଲେ

ଉନ୍ନାଓ,୧।୫: ଉତ୍ତରପ୍ରଦେଶର ଉନ୍ନାଓର ବଙ୍ଗରାମାଉ ଥାନା ଅଞ୍ଚଳରେ ଏକ ଘରୋଇ ନର୍ସିଂହୋମର କାନ୍ଥରେ ଜଣେ ନର୍ସଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଛି। ଚାକିରିରେ ଯୋଗ ଦେବାର ଦିନକ ପରେ ଉକ୍ତ ନର୍ସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ପରିବାରଲୋକେ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୋଲିସ ନର୍ସିଂହୋମ ପରିଚାଳକଙ୍କ ସମେତ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଉନ୍ନାଓ ଅତିରିକ୍ତ ଏସ୍‌ପି ଶଶିଶେଖର ସିଂ କହିଛନ୍ତି, ‘ନ୍ୟୁ ଜୀବନ ହସ୍ପିଟାଲରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। କେଉଁଭଳି ତାଙ୍କର ମୃତ୍ୟୁ ଘଟିଛି ସେ ନେଇ ଜାଣିବା ପାଇଁ ବ୍ୟବଚ୍ଛେଦ ଲାଗି ନିର୍ଦ୍ଦେଶ ଦିଆଯାଇଛି। ପରିବାରଲୋକଙ୍କ ଅଭିଯୋଗ ପରେ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

Share