Posted inଜାତୀୟ

ଗଛରେ ବାନ୍ଧି ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ

ମୀରଟ, ୧୮ା୬: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲାରେ ଜଣେ ମୁସଲମାନ ଯୁବକଙ୍କୁ ଚୋରି ଅଭିଯୋଗରେ ଗଛରେ ବାନ୍ଧି ମାଡ଼ ମାରିବା ସହ ତାଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୧୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଯୁବକଙ୍କ ଭଉଣୀ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।

ମହମ୍ମଦ ସାହିଲ ଖାନ୍‌ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ମୋବାଇଲ ଫୋନ୍‌ ଚୋରି କରିଥିବା ସନ୍ଦେହ କରି ସାହିଲଙ୍କୁ ୩ଜଣ ଯୁବକ ମାଡ଼ ମାରିବା ସହ ଲଣ୍ଡା କରି ଗଛରେ ବାନ୍ଧି ଦେଇଥିଲେ। ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ମାଡ଼ ଖାଇଥିବା ସାହିଲଙ୍କୁ ଗିରଫ କରି ୧୫ ତାରିଖରେ ଜେଲ ପଠାଇଥିଲା। ଏପରିକି ଆକ୍ରମଣକାରୀମାନଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ମାହିଲଙ୍କ ଭଉଣୀ ଏସ୍‌ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣାରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କୁ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୮।୪: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଇତିହାସ ରଚିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି-୨୦ ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର…

ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ

ବାରିପଦା,୧୮।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୪୬ରୁ ଅଧିକ ଅସୁସ୍ଥ ଘଟଣାରେ…

ବାଦ୍‌ ପଡ଼ିବ ନାହିଁ କୌଣସି ଘର: ଜନଗଣନା ସର୍ଭେ ଆରମ୍ଭ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବହୁ ପ୍ରତୀକ୍ଷିତ ଭାରତୀୟ ଜନ ଗଣନା ସର୍ଭେ ୨୦/୨୬-୨୭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରତି ଘର ଜନଗଣନା ସର୍ଭେରେ ସାମିଲ ହେବେ। ସର୍ଭେ ସମ୍ପର୍କରେ…

ପରବର୍ତ୍ତୀ ଟାର୍ଗେଟକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଲେ ୭୦ ବର୍ଷ ଧରି ଅପେକ୍ଷା କରିଛନ୍ତି ଲୋକେ

ଓ୍ବାଶିଂଟନ୍‌,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ପରିସ୍ଥିତି ସ୍ବାଭାବିକ ନୁହେଁ। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ ତାଙ୍କର ପରବର୍ତ୍ତୀ…

ଶିକ୍ଷା ବିଭାଗରେ ଅନିୟମିତତା: ସନ୍ଦେହ ଘେରରେ ଜିଲା ପ୍ରଶାସନ

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ଶିକ୍ଷା ବିଭାଗରେ ଅନିୟମିତତା କରାଯାଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଡେପୁଟେଶନ କରାଯାଇଥିବା ଜଣାପଡ଼ିବା ପରେ ୪୮ଜଣଙ୍କ ଡେପୁଟେଶନ ବାତିଲ କରାଯାଇଛି। ସେମାନଙ୍କୁ ମୂଳ…

ଜର୍ମାନ ମେଡଲଙ୍କୁ ‘ଲାଇକ୍‌’ କରି ଫସିଲେ ବିରାଟ କୋହଲି: ଜାଣନ୍ତୁ କିଏ ସେହି…

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଦକ୍ଷ ଖେଳାଳି ବିରାଟ କୋହଲି ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାନ୍ତି। ସମ୍ପ୍ରତି ସେ 2026 IPL ସିଜିନ…

ପୁତୁରାର ଠେଙ୍ଗା ମାଡ଼ରେ ଖୁଡିଙ୍କ ଜୀବନ ଗଲା, ଜମି ବାଡ଼ି ବିବାଦକୁ ନେଇ…

ପାଟଣା,୧୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରୁଢ଼ିଆପଡା ଖଡିବେଡା ସାହିରେ ଶୁକ୍ରବାର ଖୁଡିକୁ ଠେଙ୍ଗାରେ ପିଟିପିଟି ପୁତୁରା ହତ୍ୟା କରିଛନ୍ତି। ଜମିବାଡ଼ି ବିବାଦକୁ ନେଇ…

ବୀରମହାରାଜପୁରରେ ଗୁଳିକାଣ୍ଡ, ଯୁବକ ମୃତ: କୌଣସି କଥାକୁ ନେଇ ଯୁକ୍ତିତର୍କ ପରେ…

ସୋନପୁର,୧୮l୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ରାତିରେ ଗୁଳିକାଣ୍ଡ ଘଟିଛି। ଏଥିଯୋଗୁ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ରବି ମହାରଣାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri