Categories: ଜାତୀୟ

ବିଧାନ ପରିଷଦ ନିର୍ବାଚନ: ଗୋରଖପୁରରେ ମତଦାନ କଲେ ଯୋଗୀ

ଲକ୍ଷ୍ନୌ,୯।୪: ବିହାର ପରେ ଏବେ ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ରାଜ୍ୟର ୩୭ଏମ୍‌ଏଲ୍‌ସି ଆସନରୁ ୯ଟି ଆସନରେ ଭାଜପା ନିର୍ଦ୍ୱନ୍ଦରେ ନିର୍ବାଚନ ଜିତିସାରିଛି। ତେଣୁ ଅବଶିଷ୍ଟ ୨୭ଟି ଆସନରେ ଭାଜପା ଓ ସମାଜବାଦୀ ପାର୍ଟି(ଏସ୍‌ପି) ମଧ୍ୟରେ ଜୋରଦାର ଲଢ଼େଇ ହେଉଛି। ଏହି ଆସନରେ ଶନିବାର ସକାଳ ୮ଟାରୁ ୟୁପିରେ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୪ଟାରେ ଶେଷ ହେବ। ସକାଳୁ ଲମ୍ବା ଲାଇନ୍‌ରେ ଆସି ଭୋଟରମାନେ ମତଦାନ କରିଛନ୍ତି। ଇତିମଧ୍ୟରେ ସକାଳୁ ଗୋରଖପୁର ମତଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପହଞ୍ଚି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ,ବିଧାନସଭା ପରେ ବିଧାନ ପରିଷଦରେ ମଧ୍ୟ ବହୁମତ ହାସିଲ କରିବାକୁ ଭାଜପା ପକ୍ଷରୁ ଉଦ୍ୟମ କରାଯାଇଛି। ଅନ୍ୟପଟେ ଏସ୍‌ପି ମଧ୍ୟ ନଜର ପ୍ରାଣପଣେ ଚେଷ୍ଟା ଚଳାଇଛି। ତେବେ ଏପ୍ରିଲ ୧୨ରେ ଭୋଟ ଗଣତି ପରେ ସମସ୍ତ ଚିତ୍ର ସ୍ପଷ୍ଟ ହୋଇଯିବ।

Share