Categories: ଜାତୀୟ

କୁମାର ବିଶ୍ୱାସଙ୍କୁ ଅଫର୍‌ ଦେଲା ଭାଜପା

ଲକ୍ଷ୍ନୌ,୨୦।୩: ଉତ୍ତରପ୍ରଦେଶ ବିଧାନ ପରିଷଦର ମନୋନୀତ ସଦସ୍ୟଙ୍କ ନାମ ଉପରେ ଏବେ ବି ଚର୍ଚ୍ଚା ଚାଲିଛି। କବି ତଥା ଆମ୍‌ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ ଭାଜପା ପକ୍ଷରୁ ଏମଏଲସି ଆସନ ଯଚା ଯାଇଥିଲା, କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୂଚନାନୁସାରେ, ୟୁପି ଭାଜପାରେ ଏମଏଲସିର ମନୋନୀତ ସଦସ୍ୟ ଚୟନକୁ ନେଇ ମନ୍ଥନ ତୀବ୍ର ହୋଇଛି। ତେବେ ସୂତ୍ରରୁ ପ୍ରକାଶ ଯେ, ପାର୍ଟି ପୂର୍ବରୁ  କବି କୁମାର ବିଶ୍ୱାସଙ୍କୁ ଏମଏଲସି ପାଇଁ ଏକ ଅଫର ପଠାଇଥିଲା। କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜାତୀୟ ରାଜନୀତିରେ ପ୍ରବେଶ କରିବେ ବୋଲି କହି କୁମାର ବିଶ୍ୱାସ ଏହି ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି ବୋଲି କୁହାଯାଉଛି। ବର୍ତ୍ତମାନ ଭାଜପା ଅନ୍ୟ ନାମ ଉପରେ ଆଲୋଚନା ଆରମ୍ଭ କରିଛି।

Share