Categories: ଜାତୀୟ

ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୮।୬: ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ଭାଜପା ଗୁରୁବାର ନଅ ଜଣ ପ୍ରାର୍ଥୀ ଘୋଷଣା କରିଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସମେତ ସେହି ସମସ୍ତ ମନ୍ତ୍ରୀଙ୍କୁ ବିଧାନ ପରିଷଦକୁ ପଠାଇବାକୁ ଦଳ ନିଷ୍ପତ୍ତି ନେଇଛି, ଯେଉଁମାନେ ଏପର୍ଯ୍ୟନ୍ତ ଉଭୟ ଗୃହର ସଦସ୍ୟ ନାହାନ୍ତି।
ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କ ବ୍ୟତୀତ ଦଳ ଚୌଧୁରୀ ଭୁପେନ୍ଦ୍ର ସିଂ, ଦୟାଶଙ୍କର ମିଶ୍ର ଦିନାଲୁ, ଜେପିଏସ ରାଠୋର, ନରେନ୍ଦ୍ର କଶ୍ୟପ, ଜସୱନ୍ତ ସଇନି, ଦାନିଶ ଆଜାଦ ଅନସାରୀ, ବନୱାରିଲାଲ ଦୋହରେ ଏବଂ ମୁକେଶ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି।
ରାଜ୍ୟରେ ୧୩ଟି ଏମ୍‌ଏଲ୍‌ସି ଆସନ ପାଇଁ ଜୁନ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ, ଏଥିପାଇଁ ନାମାଙ୍କନପତ୍ର ପ୍ରକ୍ରିୟା ଆରମ୍ଭ ହୋଇଛି।

Share