Categories: ଜାତୀୟ

କରୋନା ନେଲା ମନ୍ତ୍ରୀଙ୍କ ଜୀବନ

ଲକ୍ଷ୍ନୌ,୧୯।୫: କରୋନା ପୁଣି ଜଣେ ମନ୍ତ୍ରୀଙ୍କ ଜୀବନ ନେଇଛି। ଉତ୍ତରପ୍ରଦେଶର ମୁଜାଫରନଗର ଚରଥାଭାଲ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ବନ୍ୟା ନିୟନ୍ତ୍ରଣ ଏବଂ ରାଜସ୍ବ ମନ୍ତ୍ରୀ ବିଜୟ କାଶ୍ୟପଙ୍କ କରୋନାରେ ପରଲୋକ ଘଟିଛି। କରୋନା ଆକ୍ରାନ୍ତ ହୋଇ ସେ ପ୍ରାୟ ୨୦ ଦିନ ହେବ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ରାତି ପ୍ରାୟ ଦଶଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ବିଜୟ କାଶ୍ୟପ ସାହାରନପୁର ଜିଲାର କସ୍‌ଓ୍ବା ନାନୌତା ସହରର ମୂଳ ବାସିନ୍ଦା ଥିଲେ।

Share