Posted inଜାତୀୟ

ମହାକୁମ୍ଭ ଦଳାଚକଟାରେ ୧୦ରୁ ଅଧିକ ମୃତ, ଯୋଗୀଙ୍କ ମନ୍ତ୍ରୀ କହିଲେ-‘ଛୋଟ ମୋଟ ଘଟଣା…’

ନୂଆଦିଲ୍ଲୀ, ୨୯।୧: ମହାକୁମ୍ଭ ସଂଘମ କ୍ଷେତ୍ରରେ ବୁଧବାର ଦଳାଚକଟା ଘଟି ୧୦ ରୁ ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପବିତ୍ର ମୌନି ଅମାବାସ୍ୟା ଅବସରରେ ଏହାପରି ଲୋକେ ବୁଡ଼ ପକାଇବାକୁ ସ୍ଥାନ ଖୋଜୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଉତ୍ତର ପ୍ରଦେଶ ସରକାର ଏପର୍ଯ୍ୟନ୍ତ ହତାହତଙ୍କ ସଂଖ୍ୟା ବିଷୟରେ କିଛି କହି ନାହାନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ନିଜର ପରିଜନଙ୍କୁ ହରାଇଥିବା ଲୋକମାନଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି।

ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ବିବାଦୀୟ ଏବଂ ଅସମ୍ବେଦନଶୀଳ ବୟାନ ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ଏପରୀ ଛୋଟ ଛୋଟ ଘଟଣା ଘଟିଚାଲେ। ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ନିଷାଦ କହିଛନ୍ତି, ”ଯେଉଁଠି ଜାଗା ଅଛି ସେଠାରେ ସ୍ନାନ କରନ୍ତୁ ଶ୍ରଦ୍ଧାଳୁ। ଯେଉଁଠି ଏତେ ବଡ଼ ଭିଡ଼ ହେଉଛି, ଏତେ ବଡ଼ ଆୟୋଜନ ହେଇଥାଏ, ସେଠାରେ ଏଭଳି ଛୋଟ ଛୋଟ ଘଟଣା ହୋଇଥାଏ।”

ତେବେ ଏହି ବୟାନ ଉପେର ଆଲୋଚନା ବଢିବା ପରେ ମନ୍ତ୍ରୀ ସଫେଇ ଦେଇଛନ୍ତି। ସେ କହିଛନ୍ତି ପାଟିରୁ ଭୁଲ ବଶତଃ ଏହି କଥା ବାହାରି ଯାଇଛି। ଏହିଘଟଣାରେ ସମସ୍ତେ ଦୁଃଖିତ। ଏହାକୁ ଛୋଟ ଘଟଣା ମଣୁନାହୁଁ, ଏହା ଏକ ବଡ ଘଟଣା ଅଟେ।

ଏହି ସମୟରେ, ବିରୋଧୀ ନେତାମାନେ ଏହି ଘଟଣା ସମ୍ପର୍କରେ ୟୁପି ସରକାରଙ୍କ ବ୍ୟବସ୍ଥା ଉପରେ ଲଗାତାର ପ୍ରଶ୍ନ ଉଠାଇ ଆସୁଛନ୍ତି। ଅଖିଳେଶ ଯାଦବ ଦାବି କରିଛନ୍ତି ଯେ ଯେଉଁମାନେ ମହାକୁମ୍ଭରେ ‘ବିଶ୍ୱସ୍ତରୀୟ ବ୍ୟବସ୍ଥା’ ଦାବି କରୁଛନ୍ତି, ସେମାନେ ଦଳାଚକଟା ପାଇଁ ନୈତିକ ଦାୟିତ୍ୱ ନେବା ଉଚିତ ଏବଂ ନିଜ ପଦରୁ ଇସ୍ତଫା ଦେବା ଉଚିତ। ସେ କହିଥିଲେ, ‘ମହାକୁମ୍ଭକୁ ଆସିଥିବା ସନ୍ଥ ସମ୍ପ୍ରଦାୟ ଏବଂ ଭକ୍ତମାନଙ୍କ ବିଶ୍ୱାସକୁ ପୁନଃସ୍ଥାପିତ କରିବା ପାଇଁ, ମହାକୁମ୍ଭର ପ୍ରଶାସନ ଏବଂ ପରିଚାଳନା ତୁରନ୍ତ ଉତ୍ତର ପ୍ରଦେଶ ସରକାର ବଦଳରେ ସେନାକୁ ହସ୍ତାନ୍ତର କରିବା ଆବଶ୍ୟକ।’


Enter your email to get our daily news in your inbox.

All Right Reserved By Dharitri.Com

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ,…

ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri