Categories: ଜାତୀୟ

ଅନୈତିକ ସମ୍ପର୍କ ସନ୍ଦେହରେ ସିଲେଇ କରିଦେଲେ ସ୍ତ୍ରୀ’ର ଗୁପ୍ତାଙ୍ଗ

ଲକ୍ଷ୍ନୌ,୨୨।୩ : ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସ୍ତ୍ରୀ’ର ଗୁପ୍ତାଙ୍ଗକୁ ଆଲୁମୁନିୟମ ତାରରେ ସିଲେଇ କରି ଦେଇଛନ୍ତି ସ୍ବାମୀ। ଏହି ଘଟଣାରେ ଉତ୍ତର ପ୍ରଦେଶର ରାମପୁର ଜିଲାର ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ।

ସ୍ତ୍ରୀଙ୍କୁ ଆକ୍ରମଣ କରିବା ପରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସ୍ବାମୀ ଘଟଣାସ୍ଥଳରୁ ଖସି ପଳାଇଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ପୀଡ଼ିତା ପ୍ରଥମେ ନିଜ ମା’ଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପୀଡ଼ିତାଙ୍କ ମା’ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିବା ସହିତ ସୂଚନା ଦେଇଥିଲେ ପୋଲିସକୁ।

ତାଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିଲା। ଏ ନେଇ ତାଙ୍କୁ ଚେତାବନୀ ଦେଇଥିଲି। ତାଙ୍କୁ ଖୁସିରେ ରଖିବାରେ ମୁଁ କୌଣସି ପ୍ରକାର ହେଳା କରି ନାହିଁ। ଏହାସତ୍ତ୍ୱେ ତାଙ୍କ ପ୍ରକୃତିରେ ଆସି ନ ଥିଲା କୌଣସି ପରିବର୍ତ୍ତନ । ଏଥିଯୋଗୁ ମୁଁ ଖୁବ୍‌ ରାଗିଯାଇଥିଲି। ଆଉ ତାଙ୍କ ଗୁପ୍ତାଙ୍ଗକୁ ଆଲୁମୁନିୟମ ତାରରେ ସିଲେଇ କରି ଦେଇଥିଲି ବୋଲି ଗିରଫ ହେବା ପରେ ଅଭିଯୁକ୍ତ ଜଣଙ୍କ ଭିଡିଓ ଷ୍ଟେଟ୍‌ମେଣ୍ଟରେ କହିଛନ୍ତି।

Share