Posted inଜାତୀୟ

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ ଖୋଳି ପୋତିଦେଲେ। ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳରେ। ଅଭିଯୁକ୍ତ ବଞ୍ଚିବା ପାଇଁ ପୋଲିସ୍‌କୁ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିବା କହି ବିଭ୍ରାନ୍ତ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ।

ସୂଚନା ଅନୁଯାୟୀ ଡିସେମ୍ବର ୨୧ ତାରିଖରେ ଲୁଧିଆନାରେ ଶ୍ରମିକ ଭାବେ କାମ କରୁଥିବା ଅର୍ଜୁନ ଗୋରଖପୁର ସ୍ଥିତ ଘରକୁ ଫେରିଥିଲେ। ସେଠାରେ ସେ ତାଙ୍କ ପତ୍ନୀ ଖୁସ୍‌ବୁଙ୍କୁ ଲୁଚାଇ ରଖିଥିବା ଏକ ମୋବାଇଲ୍ ବ୍ୟବହାର କରୁଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

କ୍ରୋଧିତ ହୋଇ ଅର୍ଜୁନ ତାଙ୍କ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଘର ପଛପଟେ ୬ ଫୁଟ୍ ଗଭୀର ଗାତ ଖୋଳି ମୃତଦେହକୁ ଏକ ଖଟ ସହିତ ପୋତି ଦେଇଥିଲେ। ଏହା ପରେ ଅର୍ଜୁନ ତାଙ୍କ ପରିବାରକୁ କହିଥିଲେ ଯେ ଖୁସ୍‌ବୁ କାହାକୁ ନଜଣାଇ ଘର ଛାଡ଼ି ଚାଲିଯାଇଛନ୍ତି। ଖୋଜାଖୋଜି ପରେ କୌଣସି ଖବର ନମିଳିବାରୁ ଖୁସ୍‌ବୁଙ୍କ ବାପା ଅର୍ଜୁନଙ୍କ ବିରୋଧରେ ହତ୍ୟା ସନ୍ଦେହ କରି ନିଖୋଜ ଅଭିଯୋଗ କରିଥିଲେ।

ପୋଲିସ୍ ଅର୍ଜୁନଙ୍କୁ ପଚରାଉଚରା କରିବାରୁ ସେ ପ୍ରଥମେ ଖୁସ୍‌ବୁ ଆତ୍ମହତ୍ୟା କରି ନଦୀରେ ଝାସ ଦେଇଥିବା କହି ବିଭ୍ରାନ୍ତ କରିଥିଲେ। ଦୁଇ ଘଣ୍ଟା ଧରି ନଦୀ କୂଳରେ ଖୋଜାଖୋଜି ବିଫଳ ହେବା ପରେ ଅର୍ଜୁନ ଶେଷରେ ସତ କହିଥିଲେ। ଗୋରଖପୁର ସର୍କଲ ଅଫିସର ଶିଳ୍ପା କୁମାରୀ କହିଛନ୍ତି, ଅଭିଯୁକ୍ତର ସ୍ୱୀକାରୋକ୍ତି ଆଧାରରେ ଘର ପଛପଟ ଗାତରୁ ମୃତଦେହ ଉଦ୍ଧାର କରାଯାଇଛି।

ପୋଲିସ୍‌ର ସୂଚନା ଅନୁଯାୟୀ, ଅନ୍ୟ ଜଣଙ୍କ ସହ ଅବୈଧ ସମ୍ପର୍କ ସନ୍ଦେହରେ ଅଭିଯୁକ୍ତ ସ୍ୱାମୀ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ସେମାନଙ୍କ ବିବାହକୁ ଦୁଇ ବର୍ଷ ହୋଇଥିଲା ଏବଂ ସେମାନଙ୍କର କୌଣସି ସନ୍ତାନ ନଥିଲେ। ପୀଡ଼ିତାଙ୍କ ସାନ ଭାଇଙ୍କ ଅଭିଯୋଗ କ୍ରମେ ଅର୍ଜୁନଙ୍କୁ ଗିରଫ କରାଯାଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri