ସ୍ବାମୀ ମାର୍‌ପିଟ କରିବାରୁ ବାପ ଘରକୁ ଚାଲିଗଲେ ସ୍ତ୍ରୀ:ସେଠାରେ କଲେ ଏମିତି କାମ

ଉତ୍ତରପ୍ରଦେଶର କାନପୁରରୁ ଏକ ଅଜବ ପ୍ରେମକାହାଣୀ ଶୁଣିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
କାନପୁରର ବାରାର ଗୁଞ୍ଜନ ଅଞ୍ଚଳର ଘଟଣା। ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ୨ ପଡୋଶୀ ଯୁବତୀ ରତି ତିଓ୍ବାରୀ ଏବଂ ନନ୍ଦିନୀ ଗୌତମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ସେମାନେ ବିବାହ କରିବାକୁ ଚାହୁଁଥିଲେ। ହେଲେ ପରିବାର ଏବଂ ସମାଜ ଏଥିପାଇଁ ଅନୁମତି ଦେଇ ନ ଥାଲା। ତେଣୁ ଦୁହେଁ ଘରଛାଡି ପଳାଇ ବିବାହ କରିଥିଲେ।
ଏ ନେଇ ନନ୍ଦିନୀଙ୍କ ମା’ଗୁଡିୟା ଦେବୀ ରତି ଏବଂ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଅପହରଣ ନେଇ ମାମଲା ରୁଜୁ କରିଥିଲେ।
ଅନ୍ୟପକ୍ଷରେ ନନ୍ଦିନୀ କୁହନ୍ତି, ସେ ନିଜ ଇଚ୍ଛାରେ ରତିଙ୍କୁ ବିବାହ କରିଛନ୍ତି । ତାଙ୍କ ମା’ ରତିଙ୍କ ଉପରେ ମିଛ ଅଭିଯୋଗ ଆଣିଥିବା ସେ କହିଥିଲେ। ଆହୁରି ମଧ୍ୟ ସେ କହିଥିଲେ, ସେ ପୁଅମାନଙ୍କୁ ଘୃଣା କରନ୍ତି। ତେଣୁ ନିଜ ବନ୍ଧୁ ରତିଙ୍କୁ ବିବାହ କରିଛି। ଏ ନେଇ ରତି କହିଛନ୍ତି, ତାଙ୍କ ସ୍ବାମୀ ତାଙ୍କୁ ସବୁବେଳେ ମାଡ଼ ମାରୁଥିଲେ। ତେଣୁ ସେ ସ୍ବାମୀଙ୍କୁ ଛାଡି ବାପ ଘରକୁ ଚାଲି ଆସିଥିଲେ । ସେଠାରେ ତାଙ୍କର ସାକ୍ଷାତ ପଡୋଶୀ ନନ୍ଦିନୀଙ୍କ ସହ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେଣୁ ସେମାନେ ଘରଛାଡି ପଳାଇ ବିବାହ କରିଥିଲେ। ଏଥିରେ ରାଗିଯାଇ ନନ୍ଦିନୀଙ୍କ ମା’ ମୋ ଉପରେ ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି ରତି କହିଛନ୍ତି।

Share