ଶ୍ମଶାନରେ ଜଳୁଥିବା ଚିତା ପାଖରେ ଶୋଇଛନ୍ତି ବୃଦ୍ଧ, କାରଣ ଜାଣିଲେ କୋହ ସମ୍ଭାଳି ପାରିବେନି…

କାନପୁର,୩୦।୧୨: ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କୁ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥାଏ। ସେତେବେଳେ ଶ୍ମଶାନର ମାହୋଲ କିଛି ଏପରି ଥାଏ ଭୟ ଲାଗିଥାଏ। ଶ୍ମଶାନରେ ନୀରବତା ପାଟି ଚିରୁଥିବାବେଳେ ସେଥିରେ ତାଳ ଦେଇଥାନ୍ତି ମୃତ ବ୍ୟକ୍ତିଙ୍କ ପରିବାର। ତେବେ ଏଭଳି ସ୍ଥାନରେ କେବେ ଏକାକୀ ଯିବାକୁ କିମ୍ବା ମୃତ ବ୍ୟକ୍ତିଙ୍କ ଚିତା ପାଖକୁ ଯିବାକୁ ଚେଷ୍ଟା କରିବେ। ଶୁଣିଲେ ଡର ଲାଗୁଥିବ। କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ କୋହ ସମ୍ଭାଳି ପାରିବେ ନାହିଁ।

ମାମଲାଟି ଉତ୍ତରପ୍ରଦେଶ କାନପୁର କୋହନା ଥାନାକ୍ଷେତ୍ର ଭୈରବ ଘାଟର। ଦେଶର ସବୁ ଇଲାକା ପରି ଏଠାରେ ମଧ୍ୟ ଜାଡପରି ଥଣ୍ଡା ଅନୁଭୂତ ହେଉଛି। ଭିଡିଓରେ ଦେଖାଯାଇଛି କି, ଜଣେ ବୃଦ୍ଧ ଏହି ଶ୍ମଶାନ ଘାଟର ଜଳୁଥିବା ଚିତା ପାଖରେ ଶୋଇଛନ୍ତି। ମଧ୍ୟରାତ୍ରିରେ ଘାଟରେ କେହି ନ ଥିବାବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ କି ରାତିରେ ଲୋକଙ୍କୁ ଶ୍ମଶାନ ଯିବାକୁ ଡର ଲାଗେ ସେହି ସମୟରେ ବୃଦ୍ଧ ଜଣକ ହୁତୁହୁତୁ ହୋଇ ଜଳୁଥିବା ଚିତା ନିକଟରେ ଶୋଇଛନ୍ତି।

ସୂଚନା ଥାଉ କି, କାନପୁରରେ ହେଉଥିବା ପ୍ରବଳ ଶୀତ ବୃଦ୍ଧ ଜଣକ ସହ୍ୟ କରିପାରୁ ନ ଥିଲେ। ତାଙ୍କ ପାଖରେ ପତଳା କମ୍ବଳ ବ୍ୟତୀତ କିଛି ବି ନ ଥିଲା। ତେଣୁ ସେ ଅନ୍ୟ ଉପାୟ ନ ପାଇ ଶ୍ମଶାନରେ ଜଳୁଥିବା ଚିତାର ସାହାର୍ଯ୍ୟ ନେଇଥିଲେ। ଚିତା ପାଖରେ ଶୋଇ ସେ ଅସହ୍ୟ ଜାଡର ମୁକାବିଲା କରୁଥିଲେ। ଭିଡିଓ ଦେଖିଲେ ଆପଣ କୋହ ସମ୍ଭାଳି ପାରିବେ ନାହିଁ। ଏଠାରେ ପ୍ରଶାସନ ଗରିବଙ୍କୁ କମ୍ବଳ,ଚାଦର ବାଣ୍ଟୁଥିଲେ ମଧ୍ୟ ବୃଦ୍ଧଙ୍କ ପରି ଏପରି ହଜାର ହଜାର ଲୋକ ଏସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri