Posted inଜାତୀୟ

ଭାଇରାଲ ହେଲା ମହିଳା ବିଚାରପତିଙ୍କ ଯୌନ ଉତ୍ପୀଡ଼ନ ଚିଠି, ଅଲ୍ଲାବାଦ ହାଇକୋର୍ଟଙ୍କ ମାଗିଲେ ରିପୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, ୧୫।୧୨: ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ସମ୍ପର୍କରେ ଭାଇରାଲ ଚିଠି ଉପରେ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ଆହ୍ଲାବାଦ ହାଇକୋର୍ଟକୁ ରିପୋର୍ଟ ତଲବ କରିଛନ୍ତି। ସୂଚନାନୁସାରେ, ବିଳମ୍ବିତ ରାତିରେ ପ୍ରଧାନ ବିଚାରପତିଙ୍କ ସୁପ୍ରିମକୋର୍ଟର ସେକ୍ରେଟେରୀ ଜେନେରାଲ ଅତୁଲ ଏମ. କୁରେଖକରଙ୍କୁ ଆହ୍ଲାବାଦ ହାଇକୋର୍ଟ ପ୍ରଶାସନର ସ୍ଥିତି ରିପୋର୍ଟ ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେକ୍ରେଟେରୀ ଜେନେରାଲ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖି ମହିଳା ବିଚାରପତି ଦେଇଥିବା ସମସ୍ତ ଅଭିଯୋଗ ସମ୍ପର୍କରେ ସୂଚନା ମାଗିଛନ୍ତି। ଏହା ସହିତ ସେ ଅଭିଯୋଗର ମୁକାବିଲା କରୁଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସମ୍ମୁଖରେ ପ୍ରକ୍ରିୟାର ସ୍ଥିତି ବିଷୟରେ ମଧ୍ୟ ପଚାରିଥିଲେ। ସୋସିଆଲ ମିଡିଆରେ ଏହି ଚିଠି ଭାଇରାଲ ହେବା ପରେ ପ୍ରଧାନ ବିଚାରପତି ପଦକ୍ଷେପ ନେଇଛନ୍ତି।

ଭାଇରାଲ ଚିଠି ମୁତାବକ ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତି ଯୌନ ଉତ୍ପୀଡ଼ନ ଅଭିଯୋଗ ଲଗାଇ ଇଛା ମୃତ୍ୟୁ ଆବେଦନ କରିଥିଲେ। ଏହି ଚିଠିରେ ମହିଳା ଜଣକ ଦାବି କରିଛନ୍ତି ଯେ, ତାଙ୍କର ନିଯୁକ୍ତି ସମୟରେ ଜିଲା ବିଚାରପତି ଏବଂ ସେମାନଙ୍କର ଘନିଷ୍ଠମାନେ ତାଙ୍କୁ ମାନସିକ ଏବଂ ଶାରୀରିକ ଶୋଷଣ କରିଥିଲେ। ଚିଠିରେ ସେ ଦାବି କରିଛନ୍ତି ଯେ, ଜିଲା ବିଚାରପତି ତାଙ୍କୁ ରାତିରେ ଭେଟିବାକୁ ଚାପ ପକାଉଥିଲେ।

ଏହାପରେ ମହିଳା ବିଚାରପତି ଜଣକ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ତଥା ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ କ’ଣ ଘଟିଛି ତାହା କେହି ଏହା ଶୁଣି ନଥିଲେ। ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ନିରାଶ ହୋଇ ମହିଳା ବିଚାରପତି ଇଚ୍ଛା ମୃତ୍ୟୁ ଦାବି କରି ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri