Categories: ଜାତୀୟ

ଯୋଗୀ ୨.୦: ଉତ୍ତର ପ୍ରଦେଶରେ ହୋଇପାରନ୍ତି ୨ରୁ ଅଧିକ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୩: ଉତ୍ତର ପ୍ରଦେଶରେ ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବିପୁଳ ବିଜୟ ମିଳିବା ପରେ ଏବେ ସେଠାରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ କରିବାକୁ ଯାଉଛନ୍ତି । ଏ ନେଇ ରବିବାର ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହ ହୋଲି ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ଯୋଗୀଙ୍କୁ ବିଜୟର ଶୁଭେଚ୍ଛା ଜଣାଇବା ସହ ଯୋଗୀ ବି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ମୋଦିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ।
ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ନୂଆ ଚେହେରାଙ୍କୁ ସାମିଲ କରାଯିବ ବୋଲି କୁହାଯାଉଛି । ଏଥର ସରକାରରେ ଉପମୁଖ୍ୟମନ୍ତ୍ରୀ ଆସନରେ ୨ରୁ ଅଧିକ ଜଣ ରହିପାରନ୍ତି । ଏମାନଙ୍କ ମଧ୍ୟରେ ଜଣେ ଦଳିତ ନେତାଙ୍କୁ ବି ସାମିଲ କରାଯାଇପାରେ । ତେବେ ମନ୍ତ୍ରିମଣ୍ଡଳରେ କିଏ କିଏ ସାମିଲ ହେବେ ଏ ନେଇ ଦିଲ୍ଲୀରେ ଖୁବ୍ ଶୀଘ୍ର ସ୍ଥିର ହେବ ବୋଲି କୁହାଯାଉଛି ।

Share