Categories: ଜାତୀୟ

କରୋନାରେ ଅନାଥ ହୋଇଥିବା ଯୁବତୀଙ୍କ ବିବାହ କରାଇବେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ,୧୩ ।୮: କରୋନା ମହାମାରୀ ଅନେକ ହସଖୁସିର ସଂସାରରେ ଦୁଃଖର ପାହାଡ ଲଦିଦେଇଛି । ସାରା ବିଶ୍ୱରେ ଅନେକ ଶିଶୁ, ଯୁବକ, ଯୁବତୀ ସେମାନଙ୍କ ମାତାପିତାଙ୍କୁ ହରାଇଛନ୍ତି । ତେବେ ଉତ୍ତର ପ୍ରଦେଶରେ କରୋନାରେ ଯେଉଁ ଯୁବତୀମାନେ ସେମାନଙ୍କ ମାତାପିତାଙ୍କୁ ହରାଇଛନ୍ତି ସେମାନଙ୍କ ବିବାହ ଏବେ ୟୁପି ସରକାର କରିବେ ବୋଲି କହିଛନ୍ତି । ଏଥିଲାଗି ମୁଖ୍ୟମନ୍ତ୍ରୀ ବାଲ ସେବା ଯୋଜନାର ବ୍ୟବହାର କରାଯିବ । କୋଭିଡ-୧୯ରେ ଅନାଥ ହୋଇଥିବା ଯୁବତୀଙ୍କ ବିବାହ ଲାଗି ଏହି ଯୋଜନାରୁ ୧ଲକ୍ଷ ୧ହଜାର ଟଙ୍କା ଜିଲା ପ୍ରୋବେଶନ ମାଧ୍ୟମରେ ଦିଆଯିବ । ଏଥିପାଇଁ ଏବେ ଯୁବତୀଙ୍କ ତଥ୍ୟ ଏକାଠି କରାଯାଉଛି । ଯେଉଁମାନଙ୍କର ମାତାପିତାଙ୍କର କରୋନାରେ ମୃତ୍ୟୁ ହୋଇଥିବ ଓ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବ ସେମାନଙ୍କୁ ଏହି ସୁବିଧା ମିଳିବ । ଏହା ର୍ପୂବରୁ ସରକାର ଏମାନଙ୍କ ଭରଣ ପୋଷଣ, ଶିକ୍ଷା ଓ ଚିକିତ୍ସାର ଦାୟତ୍ୱ ନେଇ ସାରିଛନ୍ତି । ଏବେ ବିବାହ ସମୟରେ ବରର ବୟସ ଅତିକମରେ ୨୧ ବର୍ଷ ଓ କନ୍ୟାର ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ ।

Share