‘ପରିଶ୍ରମ କଲୁ ହେଲେ ଭୋଟ ଆଣିପାରିଲୁ ନାହିଁ’

ନୂଆଦିଲ୍ଲୀ,୧୦।୩: ଉତ୍ତରପ୍ରଦେଶ ନିର୍ବାଚନରେ ଭାଜପା ଏକ ଐତିହାସିକ ବିଜୟ ହାସଲ କରିଛି। ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଦଳ ପୁନର୍ବାର କ୍ଷମତାକୁ ଫେରିବାକୁ ଯାଉଛି। ବର୍ତ୍ତମାନ ଭାଜପା ବିଜୟୀ ହୋଇଥିବା ବେଳେ ଏହି ନିର୍ବାଚନରେ କଂଗ୍ରେସକୁ ମାଟି କାମୁଡ଼ିବାକୁ ପଡ଼ିଛି। ଅର୍ଥାତ୍‌ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ୪୦୩ ମଧ୍ୟରୁ କେବଳ ୨ଟି ଆସନରେ କଂଗ୍ରେସ ଆଗୁଆ ରହିଛି। ଇତିମଧ୍ୟରେ କଂଗ୍ରେସର ଏହି ବିଫଳତାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରିୟଙ୍କା ଟୁଇଟ କରି ଲେଖିଛନ୍ତି, ଗଣତନ୍ତ୍ରରେ ଜନମତ ହେଉଛି ସର୍ବୋଚ୍ଚ। କଂଗ୍ରେସର କର୍ମକର୍ତ୍ତା ଓ ନେତାମାନେ କଠିନ ପରିଶ୍ରମ କରିଥିଲେ, ସଂଗଠନ ଗଠନ କରିବା ସହ ଲୋକଙ୍କ ପ୍ରସଙ୍ଗକୁ ନେଇ ସଂଘର୍ଷ ମଧ୍ୟ କରିଥିଲେ। କିନ୍ତୁ ଆମେ ଆମର କଠିନ ପରିଶ୍ରମକୁ ଭୋଟରେ ପରିଣତ କରିବାକୁ ସକ୍ଷମ ହୋଇପାରିଲୁ ନାହିଁ ବୋଲି ପ୍ର୍ରିୟଙ୍କା ଗାନ୍ଧୀ କହିଛନ୍ତି। କଂଗ୍ରେସ ଦଳ ଏକ ସକରାତ୍ମକ ଏଜେଣ୍ଡାକୁ ଅନୁସରଣ କରି ୟୁପିର ଉନ୍ନତି ତଥା ଜନସାଧାରଣଙ୍କ ମଙ୍ଗଳ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ସହିତ ସଂଘର୍ଷ କରୁଥିବା ବିରୋଧୀ ଦଳର କର୍ତ୍ତବ୍ୟ ପାଳନ ଜାରି ରଖିବ। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରିୟଙ୍କା ମହିଳା ଶକ୍ତି ଉପରେ ପୂର୍ଣ୍ଣ ଗୁରୁତ୍ୱ ଦେଇଥିଲେ। ୫୦ ପ୍ରତିଶତ ସିଟ୍‌ କେବଳ ମହିଳା ପ୍ରାର୍ଥୀଙ୍କୁ ଦିଆଯାଇଥିଲା। କିନ୍ତୁ ନିର୍ବାଚନ ଫଳାଫଳରୁ ଜଣାପଡ଼ୁଛି ଯେ, ଦଳର ଏହି ବାଜି ତାଙ୍କ ଉପରେ ଓଲଟ ପଡ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri