ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୟୁପିରେ ୬୦% ମତଦାନ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। କିଛି ବୁଥ୍‌ଗୁଡ଼ିକରେ ଲମ୍ବା ଲାଇନ୍‌ ଲାଗିଥିବାରୁ ସମୟ ଶେଷ ହେବା ପରେ ବି ଲୋକଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯାଇଛି। ସେପଟେ ନିର୍ବାଚନ ଆୟୋଗ ପକ୍ଷରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ତଥ୍ୟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାୟ ୬୦.୪୪ ପ୍ରତିଶତ ଭୋଟ ଦିଆଯାଇଛି। ସାହାରନପୁର ଜିଲାରେ ସର୍ବାଧିକ ୬୭.୦୫ପ୍ରତିଶତ ଭୋଟ ରେକର୍ଡ କରାଯାଇଛି। ଯାହା ୨୦୧୭ରେ ମଧ୍ୟ ସର୍ବାଧିକ ଭୋଟ ୭୨.୯୪ ପ୍ରତିଶତ ରହିଥିଲା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ବନିମ୍ନ ମତଦାନ ଶାହାଜାହାନପୁର ଜିଲାରେ ହୋଇଥିଲା। ଏପର୍ଯ୍ୟନ୍ତ ଏଠାରେ ୫୫.୨ ପ୍ରତିଶତ ଭୋଟ ଦିଆଯାଇଛି। ୨୦୧୭ରେ ମଧ୍ୟ ଏହି ଜିଲାରେ ସର୍ବନିମ୍ନ ମତଦାନ ହୋଇଥିଲା। ସେହିପରି ନୁକଡ ଆସନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ବାଧିକ ୭୨.୯ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି।

Share