Categories: ଜାତୀୟ

ଗୋରଖପୁର ଛାଡ଼ି ଅଯୋଧ୍ୟାରୁ ଲଢ଼ିବେ ଯୋଗୀ

ଲକ୍ଷ୍ନୌ,୨୫।୭: ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ପରିବର୍ତ୍ତେ ଅଯୋଧ୍ୟା ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ବର୍ତ୍ତମାନ ଅଯୋଧ୍ୟାରୁ ବିଧାୟକ ଥିବା ବେଦ ପ୍ରକାଶ ଗୁପ୍ତା ତାଙ୍କ ଆସନ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେବା ଲାଗି ପ୍ରସ୍ତୁତ ବୋଲି ରବିବାର କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଭାଗ୍ୟର କଥା ହେବ ବୋଲି ସେ କହିଛନ୍ତି। ଭାଜପା ପୁଣି ଥରେ ସରକାର ଗଢ଼ିବ ବୋଲି ବେଦପ୍ରକାଶ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Share