Categories: ଜାତୀୟ

ବିଧାନ ପରିଷଦର ନେତା ପଦରୁ ଇସ୍ତଫା ଦେଲେ ସ୍ବତନ୍ତ୍ର ଦେବ ସିଂ

ଲକ୍ଷ୍ନୌ,୧୦।୮: ଉତ୍ତରପ୍ରଦେଶ ଭାଜପାର ପୂର୍ବତନ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ ବୁଧବାର ବିଧାନ ପରିଷଦର ନେତା ପଦରୁ ଇସ୍ତଫା ଦେଇଛନ୍ତି। ସ୍ବତନ୍ତ୍ର ଦେବଙ୍କ ଇସ୍ତଫା ପରେ ବିଧାନ ପରିଷଦର ଜଣେ ନୂତନ ନେତାଙ୍କୁ ନିର୍ବାଚିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବିଧାନ ପରିଷଦର ନୂତନ ନେତା ହେବେ। ସ୍ବତନ୍ତ୍ର ଦେବ  ନିଜର ବ୍ୟସ୍ତତା କାରଣ ଦର୍ଶାଇ ଏହି ପଦରୁ ଇସ୍ତଫା ଦେଇଥିବା ଭାଜପା ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ସ୍ବତନ୍ତ୍ର ଦେବ ବିଧାନ ପରିଷଦ ନେତା ପଦରୁ ଇସ୍ତଫା ଦେବା ପରେ ଅନେକ କଳ୍ପନାଜଳ୍ପନା ଚାଲିଛି ଯେ, ବର୍ତ୍ତମାନ ଦଳ ଉଚ୍ଚ ସଦନରେ ନେତାଙ୍କ ଦାୟିତ୍ୱ ମଧ୍ୟ କେଶବ ପ୍ରସାଦଙ୍କୁ ହସ୍ତାନ୍ତର କରିପାରେ।

Share