Categories: ଜାତୀୟ

ଆମ୍ବୁଲାନ୍ସ ଟ୍ରିପ ମାମଲାରେ ଗିରଫ ହେଲେ ଭାଜପା ନେତା

ମାଉ(ଉତ୍ତରପ୍ରଦେଶ),୨୯।୩: ଉତ୍ତରପ୍ରଦେଶ ପୋଲିସ ମଙ୍ଗଳବାର ଭାଜପା ନେତା ଡ. ଅଲକା ରାଇ ଏବଂ ତାଙ୍କ ଭାଇ ଶେଷନାଥ ରାଇଙ୍କୁ ମୁଖ୍‌ତାର ଅନସାରି ଆମ୍ବୁଲାନ୍ସ ମାମଲାରେ ଗିରଫ କରିଛି। ଜେଲରୁ ଗ୍ୟାଙ୍ଗଷ୍ଟର ଅନସାରିଙ୍କୁ ପଞ୍ଜାବ କୋର୍ଟ ନେବା ପାଇଁ ଭାଜପା ନେତା ଏକ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ। ଏହି ଘଟଣାରେ ଅନସାରିଙ୍କ ସମେତ ୧୨ ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି।

ଦୁଇ ଅଭିଯୁକ୍ତ ଅଲକା ଏବଂ ଶେଷନାଥଙ୍କୁ ମାଉରୁ ଗିରଫ କରି ବାରାବାଙ୍କି ନିଆଯାଇଛି।

Share