Categories: ଜାତୀୟ

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ୟୁପିର ବାହୁବଳି ନେତା ଡିପି ଯାଦବ

ଲକ୍ଷ୍ନୌ,୧ ।୨: ଉତ୍ତର ପ୍ରଦେଶର ବାହୁବଳି ନେତା ଡିପି ଯାଦବ ଚଳିତ ଥର ନିର୍ବାଚନ ଲଢିବେ ନାହିଁ । ସେ ଏଥର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଡିବି ଯାଦବ, ମୁଲାୟମ ସିଂ ଯାଦବ ଓ ରାମ ଗୋପଳ ଯାଦବଙ୍କ ସାମ୍ନାରେ ବି ପଛଘୁଞ୍ଚା ଦେଇ ନ ଥିଲେ । ହେଲେ ଏଥର ଶେଷ ସମୟରେ ସେ ନିର୍ବଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୩୪ ବର୍ଷ ଭିତରେ ଡିପି ଯାଦବ ପ୍ରଥମଥର ଲାଗି ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେ ୨୫ ଜାନୁୟାରୀରେ ବଦାୟୁର ସହସୱାନ ବିଧାନସଭା ଆସନରୁ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପ୍ରାୟ ୬ ଦିନ ଭିତରେ ସେ ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଡିପି ଯାଦବଙ୍କ ସହ ତାଙ୍କ ପତ୍ନୀ ଉର୍ମିଲେଶ ଯାଦବ ଓ ପୁଅ କୃଣାଳ ଯାଦବ ବି ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପରିବାରର ୩ ଜଣ ପ୍ରାର୍ଥିପତ୍ର ଦାଖଲ କରିବା ପଛରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଯାଇଥିଲା । ହେଲେ ଶେଷ ମୂହୁର୍ତ୍ତରେ ପତ୍ନୀପତି ସେମାନଙ୍କ ପ୍ରାର୍ଥିପତ୍ର ପତ୍ୟାହାର କରିନେଇଥିବା ବେଳେ ପୁଅ କୃଣାଳ ନିର୍ବାଚନ ଲଢିବେ ବୋଲି ଜଣାପିଛି । କୃଣାଳଙ୍କର ଏହା ପ୍ରଥମ ନିର୍ବାଚନ ଲଢେଇ । ଏହା ପୂର୍ବରୁ ସେ ଯଦୁ ସୁଗାର ମିଲର ନିର୍ଦ୍ଦେଶକ ଭାବେ କାମ କରୁଥିଲେ ।

Share