Posted inଜାତୀୟ

ୟୁପି ମର୍ମନ୍ତୁଦ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମିର୍ଜାପୁର,୪ା୧୦: ଉତ୍ତରପ୍ରଦେଶର ମିର୍ଜାପୁରରେ  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଟ୍ରକ୍‌ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମିର୍ଜାପୁର-ବାରାଣସୀ ସୀମା ଜି.ଟି. ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ଭାଦୋହୀ ଜିଲାରେ ନିର୍ମାଣ କାର୍ଯ୍ୟ ସାରି ୧୩ ଜଣ ଶ୍ରମିକ ଟ୍ରାକ୍ଟର ଟ୍ରଲିରେ ଘରକୁ ଫେରୁଥିବାବେଳେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା।

ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଥିବା ବେଳେ ହସ୍ପିଟାଲ ନେବା ବାଟରେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଭିତରେ ଖେଳୁଥିଲେ ୪ ଶିଶୁ, ଡୋର୍‌ ବନ୍ଦ କରିଦେଲେ ମାଲିକ: ଆଉ ତା’ପରେ…

ଗାନ୍ଧୀନଗର, ୪।୧୧:ଗୁଜରାଟର ଅମରେଲୀ ଜିଲା ରାନ୍ଧିୟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର୍‌ ମଧ୍ୟରେ ୪ ଜଣ ଶିଶୁଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁଘଟିଛି।...

ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲା ଶୀର୍ଷ କମାଣ୍ଡର ଅବୁ ଅଳି ରିଡା ନିହତ

ତେଲ୍‌ ଆଭିଭ୍‌,୪ା୧୧:ଇସ୍ରାଏଲୀ ସେନାର ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲାର ଶୀର୍ଷ କମାଣ୍ଡର ଅବୁ ଅଲି ରିଡା ନିହତ ହୋଇଥିବା ଜେରୁଜେଲମ୍‌ କହିଛି। ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲୀ ସେନା ବିରୋଧରେ...

ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ

ରାଞ୍ଚି.୧୪।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବାରମ୍ବାର ସାମ୍ପ୍ରଦାୟିକ ବୟାନବାଜି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଲ୍‌...

କାନାଡ଼ା ସରକାରଙ୍କୁ ମୁହଁତୋଡ଼ ଜବାବ ଦେଳେ ମୋଦି: ହିନ୍ଦୁ ମନ୍ଦିର ଆକ୍ରମଣକୁ କଡ଼ା ନିନ୍ଦା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୪ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି...

୩୭୦ ଉଚ୍ଛେଦ ବିରୋଧରେ ପ୍ରସ୍ତାବକୁ ନେଇ କଶ୍ମୀର ବିଧାନସଭାରେ ଉତ୍ତେଜନା

ଶ୍ରୀନଗର,୪ା୧୧ : ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନରେ ଅନୁଚ୍ଛେଦ ୩୭୦ ବିରୋଧରେ ପ୍ରସ୍ତାବକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପିଡିପି ବିଧାୟକ ଓ୍ବାହିଦ ପାରା ସୋମବାର...

ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ବଡ଼ ମାଷ୍ଟରଷ୍ଟ୍ରୋକ, ପଲଟିଯିବ ହେମନ୍ତ ସୋରେନଙ୍କ ସବୁ ଗେମ୍‌! ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୪।୧୧: ୧୩ ନଭେମ୍ବରରେ ଝାଡଖଣ୍ଡ ବିଧାନସଭା ୨୦୨୪ର ନିର୍ବାଚନ ହେବ। ଏହି ସମୟରେ ସମସ୍ତ ଦଳର ପ୍ରାର୍ଥୀ ଏବଂ ନେତାମାନେ ମଧ୍ୟ ସାଧାରଣ ସଭା ତଥା...

ବଦଳିଲା ଉପ ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୪।୧୧: ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ତାରିଖ ପରିବର୍ତ୍ତନ କରାଯାଇଛି। ଏହି ଆସନଗୁଡିକରେ ଭୋଟ ବର୍ତ୍ତମାନ ନଭେମ୍ବର...

ଏନକାଉଣ୍ଟର ସ୍ପେଶାଲିଷ୍ଟ ପତ୍ନୀଙ୍କ ସମେତ ୩ ବଡ଼ ନେତା ପ୍ରତ୍ୟାହାର କଲେ ନାମାଙ୍କନ ପତ୍ର

ମୁମ୍ବାଇ,୪।୧୧: ମହାରାଷ୍ଟ୍ର ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି ଏବଂ ସମସ୍ତ ଦଳ ଜିତିବାକୁ ଚେଷ୍ଟା କରୁଛନ୍ତି। ପ୍ରାର୍ଥୀଙ୍କ ନାମାଙ୍କନ ପରେ, ବର୍ତ୍ତମାନ ଏମଭିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri