ରାଗ ସୁଝାଉଛନ୍ତି ଉର୍ଫି: ଏବେ କହିଲେ ‘ଚାହତ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ପ୍ରେମିକଙ୍କ ଉପରେ ଉଡାଉଛନ୍ତି ଟଙ୍କା’

ବମ୍ବେ: ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦଙ୍କ ପୋଷାକ ଉପରେ ଟିପ୍ପଣୀ ଦେବା ଟେଲି ଅଭିନେତ୍ରୀ ଚାହତ ଖନ୍ନାଙ୍କୁ ପଡ଼ିଛି ମହଙ୍ଗା। ଉଭୟଙ୍କ ମଧ୍ୟରେ ଏବେ କ୍ୟାଟ୍‌ଫାଇଟ୍‌ ଜାରି ରହିଛି। ଚାହତ ପ୍ରଥମେ ଉର୍ଫିଙ୍କୁ ଟ୍ରୋଲ କରିବା ପରେ ଏବେ ଉର୍ଫି ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ତାଙ୍କୁ ଟାର୍ଗେଟ କରୁଛନ୍ତି।

ଏବେ ଉର୍ଫି ନିଜର ଇନ୍‌ଷ୍ଟାଗ୍ରାମରେ ବିକିନି ଡ୍ରେସ୍‌ରେ ନିଜର ର଼୍ୟାମ୍ପଓ୍ବାର୍କ ଭିଡିଓ ପୋଷ୍ଟ କରି ଚାହତଙ୍କୁ ପୁଣି କଟାକ୍ଷ କରିଛନ୍ତି। ଯେଉଁ ଡ୍ରେସ୍‌କୁ ନେଇ ଚାହତ ତାଙ୍କୁ ଟ୍ରୋଲ କରିଥିଲେ ଉର୍ଫି ସେହି ପୋଷାକ ପିନ୍ଧିଥିବା ଦେଖାଯାଇଛି। ଏହାକୁ ଶେୟାର କରି ସେ ଲେଖିଛନ୍ତି, ‘ଉର୍ଫି ସଜେଇ ହେବାର ଏହା କିଭଳି ଘୃଣ୍ୟ ଉପାୟ। ହଁ ନିଜ ନିଜ ‘ଚାହତ(ଇଚ୍ଛା)’ ଥାଏ ବନ୍ଧୁ। ସୋସାଇଟି ଅନୁଯାୟୀ ତ ଛାଡ଼ପତ୍ର ନେଇ ନିଜର ପୂର୍ବସ୍ବାମୀଙ୍କ ଟଙ୍କାକୁ ନୂଆ ପ୍ରେମିକଙ୍କ ଉପରେ ଖର୍ଚ୍ଚ କରିବା ଖରାପ କଥା, ହେଲେ କରିବା ଲୋକ ତ କରନ୍ତି ବନ୍ଧୁ..’।

ପୋଷ୍ଟରେ ଉର୍ଫି ସିଧାସଳଖ ଭାବେ ଚାହତଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି। ଅଭିନେତ୍ରୀଙ୍କ ଛାଡ଼ପତ୍ରଠାରୁ ଆରମ୍ଭ କରି ପ୍ରେମିକଙ୍କୁ ନେଇ ସେ ସିଧାସିଧା ଆକ୍ରମଣ କରିଛନ୍ତି। ଏବେ ଏହି ବାକ୍‌ଯୁଦ୍ଧ ଆହୁରି ଅନେକ ଦିନ ଚାଲିବ ବୋଲି ଅନୁମାନ କରାଯାଉଛି।

ତେବେ ଅଗଷ୍ଟ ୬ର ଚାହତ ଉର୍ଫିଙ୍କ ଫଟୋ ଶେୟାର କରି ଏଭଳି ପୋଷାକ ରାସ୍ତାରେ ଯିବା ବେଳେ କିଏ ପିନ୍ଧେ ବୋଲି ପ୍ରଶ୍ନ କରିଥିଲେ। ଏପରିକି ଉଲଗ୍ନ ହୋଇଗଲେ କିଏ କ’ଣ ସେଲିବ୍ରିଟି ହୋଇଯାଆନ୍ତି ବୋଲି ପ୍ରଶ୍ନ କରିଥିଲେ। ସେବେଠାରୁ ଉର୍ଫି ତାଙ୍କ ଉପରେ ରାଗ ସୁଝାଇ ଆସୁଛନ୍ତି।

Share