ଟିକା ନ ନେଲେ କାଫେ-ରେସ୍ତୋରାଁରେ ପ୍ରବେଶ ମନା

ପ୍ୟାରିସ,୧୮ ।୧: କରୋନା ମହାମାରୀ ସାରା ବିଶ୍ୱକୁ କଲବଲ କରୁଥିବା ବେଳେ ଏବେ ଏହାକୁ ରୋକିବାକୁ ଫ୍ରାନ୍ସ ସଂସଦରେ ନୂଆ ଆଇନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି ଯେଉଁମାନେ କରୋନା ଟିକା ନ ନେଇଛନ୍ତି ସେମାନଙ୍କୁ କାଫେ, ରେସ୍ତୋରାଁ, ଷ୍ଟାଡିୟମ ଆଦି ସ୍ଥାନରେ ପ୍ରବେଶ କରାଇ ଦିଆଯିବ ନାହିଁ । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ପ୍ରଭାବକୁ ଦେଖି ଏହାକୁ ରୋକିବା ଲାଗି ଏଭଳି ଆଇନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବହୁ ପରିମାଣରେ ବଢି ଚାଲିଥିବା ବେଳେ ହସ୍ପିଟାଲ ଉପରେ ଚାପ ପଡୁଛି । ଏହାକୁ ଦୃଷ୍ଟିରେ ରଖି ନୂଆ ଆଇନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
ଫ୍ରାନ୍ସ ରାଷ୍ଟ୍ରପତି ପୂର୍ବରୁ ଏହି ବିଧେୟକକୁ ପାରିତ କରିବାକୁ ଚେଷ୍ଟା କରିଥିଲେ । ହେଲେ ବାମପନ୍ଥି ଓ ଦକ୍ଷିଣପନ୍ଥିଙ୍କ ବିରୋଧ ଓ ବହୁ ପରିବର୍ତ୍ତନ ପରେ ଏହାକୁ ମଞ୍ଜୁରୀ ମିଳିବାକୁ ସାମାନ୍ୟ ବିଳମ୍ବ ହୋଇଛି । ହେଲେ ଏବେବି ଅଧିକାଂଶ କହୁଛନ୍ତି ଟିକା ବେକାର । ଏହାର କୌଣସି ପ୍ରଭାବ କରୋନା ସଂକ୍ରମଣ ଉପରେ ରହିବ ନାହିଁ ।

Share