ଅଦିନିଆ ବର୍ଷା: ଜମିରେ ଭାସୁଛି ପାଚିଲା ଧାନ

ଜଳେଶ୍ୱର, ୧୦ା୫ (ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ଚାଷୀମାନଙ୍କ ମୁଖ୍ୟ ଫସଲ ଧାନଚାଷ ା ଏହି ଧାନଚାଷରୁ ସେମାନଙ୍କ ଗୁଜୁରାଣ ମେଣ୍ଟିଥାଏ। କୃଷି ବିଭାଗର ରିପୋର୍ଟ ଅନୁଯାୟୀ ଚଳିତବର୍ଷ ବ୍ଲକରେ ୨୧୩୦୦ ଏକର ଜମିରେ ରବି ଧାନଚାଷ ହୋଇଛି। ବିଭିନ୍ନ ସମୟରେ ରୋଗପୋକକୁ ସାମ୍ନା କରି ଚାଷୀମାନେ ନୟାନ୍ତ ହୋଇଥିବା ବେଳେ ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ା ଗତ ୧୦ଦିନ ହେଲା ପ୍ରତ୍ୟେକ ଅପରାହ୍ନରେ ବର୍ଷା ପବନ ଲାଗି ରହିଥିବାରୁ ଚାଷୀମାନେ ସେମାନଙ୍କ ଉପତ୍ନ୍ନ ଚାଷକୁ ଅମଳ କରିବାରେ ଅସମର୍ଥ ହୋଇଛନ୍ତି ା ଏବେ ବିଲରେ ଧାନକଟା ହୋଇପଡିଛି ା ଲକ୍‌ଡାଉନ ଚାଲୁଥିବାରୁ ପଶ୍ଚିମବଙ୍ଗରୁ କୃଷି ଶ୍ରମିକ ଆସିବା ସମ୍ଭବ ହୋଇପାରୁନାହିଁ ା ତେଣୁ ହାର୍ଭେଷ୍ଟର୍‌ ଓ ଟ୍ରାକ୍ଟର ଉପରେ ନିର୍ଭର କରିବାକୁ ଚାଷୀ ବାଧ୍ୟ ହେଉଛି ା ୧ ଏକର ଧାନ ଅମଳ ପାଇଁ ୭ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏପରିକି ଠିକ୍‌ ସମୟରେ ମେଶିନ ନ ପାଇ ଚାଷୀ ଚିନ୍ତାରେ ବସିଛି ା ଏଣେ ଓଦା ଧାନକୁ ଖଳାରେ ଶୁଖାଇବା ସମ୍ଭବ ହୋଇପାରୁନାହିଁ ା ହାର୍ଭେଷ୍ଟର ଓ ଟ୍ରାକ୍ଟର ଭଡା ଭରଣ ପାଇଁ ଚାଷୀ ଉପତ୍ନ୍ନ ଧାନକୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି ା ପଶ୍ଚିମବଙ୍ଗର ଦଲାଲମାନେ ଏହାର ସୁଯୋଗ ନେଇ ଚାଷୀଙ୍କୁ ଠକି କୁଇଣ୍ଟାଲ ପ୍ରତି ୧ ହଜାର ଟଙ୍କାରେ କିଣୁଛନ୍ତି । ଏଯାଏ ଧାନମଣ୍ଡି ଖୋଲାଯାଇନାହିଁ ା ଖୁବ୍‌ଶୀଘ୍ର ମଣ୍ଡି ଖୋଲାଯିବ ବୋଲି ସମବାୟବିତ୍‌ ମାନସ ଜେନା କହିଛନ୍ତି। କେତେ ଆଶା ବାନ୍ଧି ବସିଥିବା ଚାଷୀ ଏବେ ଏକର ପ୍ରତି ମାତ୍ର ୨ରୁ ୩ହଜାର ଲାଭ କରିବ, ଯାହାକି ତାର ଆର୍ଥିକ ମାନଦଣ୍ଡକୁ ଭୁଶୁଡି ପକାଇବ। ଝିପି ଝିପି ବର୍ଷା ଫଳରେ ଜମିରେ ପାଣି ଜମିଥିବାରୁ ଟ୍ରାକ୍ଟର ଚକରେ କାଦୁଅ ଆସି ଗ୍ରାମ୍ୟ ରାସ୍ତାଠୁ ଆରମ୍ଭ କରି ଜାତୀୟ ରାଜପଥର ଅବସ୍ଥା ବେହାଲ ହୋଇଛି ା ପିଚୁ କିମ୍ବା କଂକ୍ରିଟ ରାସ୍ତା ଉପରେ ୪ ଇଞ୍ଚ କାଦୁଅ ଜମା ହୋଇଛି ା ସାଧାରଣ ପଥଚାରୀ ଚାଲି ଚାଲି ଯିବା କଷ୍ଟକର ହୋଇପଡୁଛି। ଏପରିକି ୨ଚକିଆ ଓ ୩ ଚକିଆ ଯାନବାହନ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ା ତେଣୁ ଶୀଘ୍ର ସମବାୟ ଜରିଆରେ ଧାନ କିଣିବାକୁ କୃଷକ ନେତା ସୁଦାମ ପାତ୍ରଙ୍କ ସହିତ ବହୁ ଚାଷୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri