Posted inଫୁରସତ

ବାଳକଙ୍କ ୨ ହାତର ଓଜନ ୫ କେଜି, ଏମିତି କହି ଚିଡାଉଛନ୍ତି ଲୋକେ…

ଥରେ ଚିନ୍ତା କଲେ ଦୁଇ ହାତର ଓଜନ ଯଦି ୫ କେଜିରୁ ଅଧିକ ତେବେ ଦୈନନ୍ଦିନ କାମ କେମିତି କରିବେ? କିନ୍ତୁ ଏମିତି ଦେଖିବାକୁ ମିଳିଛି ୧୨ ବର୍ଷୀୟ କଲିମଙ୍କଠାରେ। ତାଙ୍କ ଦୁଇ ହାତ ଓଜନ ୫ କେଜି। ସେ ସେଥିରେ କଷ୍ଟେମଷ୍ଟେ କାମ କରୁଛନ୍ତି।

ଝାଡ଼ଖଣ୍ଡର ବୋକାରେ ସହରରେ ରହୁଥିବା ମହମ୍ମଦ କଲିମଙ୍କ ହାତ ପିଲାଦିନରୁ ଅଲଗା ଥିଲା। ପରିବାର ଲୋକେ ଏ ବିଷୟରେ କିଛି ଜାଣି ପାରୁ ନ ଥିଲେ। ପରେ ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ। ମାତ୍ର କିଛି ଫରକ ପଡ଼ିଲା ନାହିଁ। କଲିମଙ୍କ ପିତା ମହମ୍ମଦ ଶମିମ ପେଣ୍ଟିଂ କାମ କରନ୍ତି। ମା’ ଗୃହିଣୀ ଅଟନ୍ତି। କଲିମଙ୍କର ଏକ ଭଉଣୀ ଏବଂ ଛୋଟ ଭାଇ ଅଛନ୍ତି।

କଲିମଙ୍କ ହାତରେ ଅସୁବିଧା ହେଉଥିବାରୁ ସେ ଠିକ୍‌ରେ ଫୋନ୍‌ ଚଲାଇ ପାରନ୍ତି ନାହିଁ। କଲିମ ତାଙ୍କ କକାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଦେଖିବା ପରେ ଲୋକେ ନାନା କମେଣ୍ଟ ଦେଉଛନ୍ତି। କିଛି ଲୋକଙ୍କ କଲିମଙ୍କୁ ଚିଡ଼ାଉଛନ୍ତି। ଆଉ କେହି କେହି ସୈତାନ ବୋଲି କହିଛନ୍ତି।

କଲିମ କୁହନ୍ତି, ଆଗରୁ ତାଙ୍କୁ ଏହିସବୁ କଥା ଖରାପ ଲାଗୁଥିଲା। ଏବେ ଦେହସୁହା ହୋଇଗଲାଣି। ପିଲାମାନେ ବି ତାଙ୍କ ସହ ଧିରେ ଧିରେ ମିଶିଲେଣି। ସେ କୁହନ୍ତି, ମୁଁ ଡ୍ରେସ୍‌ ପିନ୍ଧିପାରେ। ବାକି କାମ ମା’ କରନ୍ତି। ତାଙ୍କ ହାତର ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ କୌଣସି ସୁଧାର ଆସିନାହିଁ। ଭବିଷ୍ୟତକୁ ନେଇ କଲିମ୍‌ କୁହନ୍ତି, ମୁଁ ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଛି। ଆଉ ଅଧିକ ପଢ଼ିନାହିଁ। ଏବେ ସୋସିଆଲ ମିଡିଆରେ କିଛି କରିବାକୁ ଚାହୁଁଛି। ଯାହାଦ୍ୱାରା ଲୋକଙ୍କ ମନୋରଞ୍ଜନ କରିପାରିବି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri