ବ୍ୟବହାର ହୋଇପାରୁନି ସ୍କୁଲ ଶୌଚାଳୟ

ଗୋପାଳପୁର,୧୫।୨(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ପ୍ରତି ବିଦ୍ୟାଳୟରେ ଶୌଚାଳୟ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ତେବେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କର ବୈମାତୃକ ମନୋଭାବ ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଶୌଚାଳୟଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହୁଛି। କନିଷି ହାଟସ୍ଥିତ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଛାତ୍ରୀଛାତ୍ରଙ୍କ ବ୍ୟବହାର ପାଇଁ ଶୌଚାଳୟ ମଧ୍ୟ ନିର୍ମିତ ହୋଇଛି। ବିଡ଼ମ୍ବନାର କଥା ଯେ, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଇଚ୍ଛାଶକ୍ତି ଅଭାବରୁ ଶୌଚାଳୟଗୁଡ଼ିକ ଠିକ୍‌ କାମରେ ଲାଗୁନାହିଁ। ଶୌଚାଳୟର କବାଟ ଭାଙ୍ଗିରୁଜି ଯାଇଥିବା ବେଳେ ବାକି ୩ଟି ଶୌଚାଳୟରେ ଚାବି ପଡ଼ିଛି। ଏଥିସହ ହାତ ଧୋଇବା ନିମନ୍ତେ ଥିବା ୱାଶ୍‌ ବେସିନରେ ପାଣି ଆସୁନାହିଁ । ସ୍ବଚ୍ଛତା, ପରିମଳ ଓ ଶୌଚାଳୟ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏଥିପ୍ରତି ପ୍ରଧାନ ଶିକ୍ଷକଙ୍କ ନଜର ନ ପଡ଼ିବା ଆଚମ୍ବିତ କରୁଛି। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ଶୌଚାଳୟ ଯିବା ନିମନ୍ତେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ’, ଭାରତକୁ ନେଇ ରୁଷିଆର ବଡ଼ ବୟାନ, ପାକିସ୍ତାନ ଶୁଣିଲେ…

ନୂଆଦିଲ୍ଲୀ,୧୦।୨: “ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ” ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତ ପାଇଁ ଉପଯୁକ୍ତ।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

ନୂତନ ଏନ୍‌ଏସି ପାଇଁ ୧୩ ୱାର୍ଡ ପରିକଳ୍ପନା: ଅନୁପସ୍ଥିତ ରହିଲେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା,୧୦।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ରବିବାର ନବଗଠିତ ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧରଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ…

ଝୁଲିପଡିଲେ ସ୍ବାମୀ-ସ୍ତ୍ରୀ, ଅଷ୍ଟପ୍ରହରୀ ପୂଜା ସାରି ଶୋଇଥିଲେ, ହେଲେ…

ଧର୍ମଶାଳା,୧୦।୨(ଶିବପ୍ରସାଦ ମହାନ୍ତି): ଚାଲିଗଲା ଗୋଟିଏ ପରିବାରର ଦୁଇଟି ଜୀବନ । ଝୁଲନ୍ତା ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

Video: ଶ୍ରୀଲଙ୍କାରେ ପାକିସ୍ତାନ ଟିମ୍‌କୁ ଏମିତି କରାଗଲା ସ୍ବାଗତ! ଭାଇରାଲ ଭିଡ଼ିଓକୁ ନେଇ ମଜା ଉଡାଉଛନ୍ତି ୟୁଜର

ନୂଆଦିଲ୍ଲୀ,୧୦।୨: ICC T20 ବିଶ୍ୱକପ 2026 ଆରମ୍ଭ ହୋଇସାରିଛି, ଏବଂ ପାକିସ୍ତାନ ଦଳ ଶ୍ରୀଲଙ୍କାରେ ତାର ସମସ୍ତ ମ୍ୟାଚ ଖେଳୁଛି। ତଥାପି, କ୍ରିକେଟ ଅପେକ୍ଷା ଅଧିକ ଆଲୋଚନା…

VIDEO: ବ୍ୟସ୍ତବହୁଳ ରାସ୍ତାରେ କ୍ରାଶ ଲ୍ୟାଣିଂ କଲା ବିମାନ, ଅନେକ କାର ସହିତ ଧକ୍କା…

ନୂଆଦିଲ୍ଲୀ, ୧୦।୨: ଆମେରିକାର ଜର୍ଜିଆରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ଜର୍ଜିଆର ଗେନ୍ସଭିଲରେ ରାସ୍ତା ମଝିରେ ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ଦୁର୍ଘଟଣାଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri