Categories: ଜାତୀୟ

ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅନୁଚ୍ଛେଦ ୨୧ ଲାଗୁ ହେବ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୬।୧୨: ରାତିରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ସୁବିଧା ସହିତ ମେଡିକାଲ କର୍ମଚାରୀଙ୍କୁ ଏଥିଲାଗି ପ୍ରସ୍ତୁତ ରଖିବାକୁ ସମସ୍ତ ସରକାରୀ ମେଡିକାଲକୁ କେରଳ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଜାରି କରିଛନ୍ତି। ବିଚାରପତି ପି.ଭି.କୁହ୍ନିକ୍ରିଷ୍ଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୨୧ ମୌଳିକ ଅଧିକାରକୁ ସୁନିଶ୍ଚିତ କରିଥାଏ। ଏହି ଅନୁଚ୍ଛେଦ କେବଳ ଜୀବନ ବ୍ୟକ୍ତି ନୁହନ୍ତି, ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ମଧ୍ୟ ଲାଗୁ ହେବ।

୫ଟି ସରକାରୀ ମେଡିକାଲ କଲେଜରେ ରାତିରେ ଅଟୋପ୍ସି ପାଇଁ ୨୦୧୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ମାତ୍ର ଏହା କେବଳ କାଗଜ କଲମରେ ରହିଯାଇଥିଲା। ଏନେଇ ଖଣ୍ଡପୀଠ କହିଛନ୍ତି ଯେ, ରାଜ୍ୟ ସରକାର ଟଙ୍କାର ଅଭାବ ଥିବା ଦର୍ଶାଇ ଏହାକୁ ଟାଳି ପାରିବେ ନାହିଁ। ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମସ୍ତ ବ୍ୟବସ୍ଥା ଉପଲବ୍ଧ କରାଇବା ଉଚିତ ବୋଲି କୋର୍ଟ କହିଛନ୍ତି।

ଏନେଇ ଏକ କମିଟି ଗଠନ କରିବାକୁ କୋର୍ଟ କହିଛନ୍ତି। କମିଟି କେଉଁ କେଉଁ ମେଡ଼ିକାଲ କଲେଜରେ ରାତିରେ ମୃତଦେହ ବ୍ୟବଚ୍ଛେଦ କରିହେବ ତାହାର ତଦାରଖ କରିବେ।

Share