ରୋକାଯାଇପାରୁନି ବାଲି ଚୋରାଚାଲାଣ

ଜଳେଶ୍ୱର,୧୨ା୫(ଡି.ଏନ.ଏ.): ଏନ୍‌ଜିଟି ପକ୍ଷରୁ ବିଭିନ୍ନ ଆଇନଗତ ସମସ୍ୟା ଦ୍ୱାରା ଚୋରାବାଲି ଚାଲାଣରେ ରୋକ ଲଗାଇବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ବନ୍ଦ କରାଯାଇପାରୁନାହିଁ। ଫଳରେ ପ୍ରତିଦିନ ସୁବର୍ଣ୍ଣରେଖା ନଦୀର ବାଲି ଚୋରାରେ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ଜଳେଶ୍ୱର ତହସିଲଦାର ମିହିର ରଞ୍ଜନ ବେହେରା ସୁଗୋଠାରେ ହଠାତ୍‌ ଚଢାଉ କରି ୫ଟି ଡମ୍ପର ଓ ୨ ଟ୍ରାକ୍ଟର ଜବତ କରିବା ସହ ପ୍ରାୟ ୨ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛନ୍ତି।
୯୦ଦଶକରୁ ସୁବର୍ଣ୍ଣରେଖା ବାଲିକୁ ସ୍ବମ୍ପପମ୍ପ, ଜେସିବି ଦ୍ୱାରା ଉତ୍ତୋଳନ କରି ବାଲି ମାଫିଆମାନେ କୋଟି କୋଟି ଟଙ୍କା ଆଦାୟ କରୁଥିବାରୁ କେତେକ ବ୍ୟକ୍ତି ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଏ ସମ୍ପର୍କରେ ଏନ୍‌ଜିଟି ଓଡିଶା ଓ ପଶ୍ଚିମବଙ୍ଗ ସରକାର ବିଶେଷ କରି ବାଲେଶ୍ୱର ଓ ମେଦିନୀପୁର ଜିଲା ପ୍ରଶାସନକୁ ବାରମ୍ବାର ତାଗିଦ୍‌ କରି ଆସିଥିଲେ। ପୁଣି ରାଜସ୍ବ ବିଭାଗ ବାଲି ନିୟନ୍ତ୍ରଣ ହରାଇଥିବା ବେଳେ ଏଣିକି ମାଇନିଂ (ଖଣି)ବିଭାଗ ତଦାରଖ କରିବା ଆରମ୍ଭ ହୋଇଛି। ବାଲି ମାଫିଆମାନେ ବିଭିନ୍ନ ତଥ୍ୟ ହାସଲ କରି ପ୍ରଶାସନକୁ ଚକମାଦେଇ ବାଲି ଚୋରାଚାଲାଣ କରି ଆସୁଛନ୍ତି। ତହସିଲଦାର କୌଣସି ବାଲି ଖାଦାନ ଚଢାଉ ଲାଗି ତହସିଲରୁ ବାହାରିଲା ବେଳକୁ ଚୋରା ବାଲି ମାଫିଆମାନେ ସଜାଗ ହୋଇଯାଉଛନ୍ତି। ଜଳେଶ୍ୱର ତହସିଲଦାର ବେହେରା ଚଢାଉ ଜାରି ରଖିଛନ୍ତି। ଚଢାଉରେ ଅତିରିକ୍ତ ତହସିଲଦାର ଅମ୍ଳାନ ନାୟକ, ସାଗର ବାସ୍କେ, ଦେବଞ୍ଜନ ମହାନ୍ତି, ସୃଷ୍ଟିଧର ପଟ୍ଟାୟତ ଓ ରାଜସ୍ବ ନିରୀକ୍ଷକ ଶରତ ବେହେରା ପ୍ରମୁଖ ସାମିଲ ଥିଲେ। ଅତିଶୀଘ୍ର ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସଇରାତକୁ ଆଇନଗତ ଭାବେ ନିଲାମ ଦିଆଯାଇପାାରିଲେ ବାଲି ଚୋରାଚାଲାଣକୁ ରୋକ ଲଗାଯାଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri