ଗାଁ ଛାଡୁଛନ୍ତିି ଲୋକେ

ବାରିପଦା ଅଫିସ,୧୨ା୫: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଶିଆଳିଘାଟି ଓ ପାଉଁଶିଆ ପଞ୍ଚାୟତ ଅନ୍ତର୍ଗତ ୪ଟି ଗ୍ରାମର ଲୋକେ ପ୍ରଶାସନିକ ଅବହେଳାରୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଆଗକୁ ବର୍ଷା ଦିନ ଥିବାରୁ ଏବେଠାରୁ ଏହି ୪ ଗ୍ରାମର ଲୋକେ ଜଳବନ୍ଦୀ ହେବା ଚିନ୍ତାରେ ଘାରି ହେଉଛନ୍ତି। ବନ୍ୟା ଆଶ୍ରୟସ୍ଥଳୀ ନ ଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ପୋଲ ନିର୍ମାଣ ପାଇଁ ଲୋକେ ଦୀର୍ଘ ବର୍ଷ ହେଲା ବାରମ୍ବାର ଦାବି କରିଆସୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଲୋକେ ଗମନାଗମନ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ଷା ଦିନେ ବୁଢ଼ାବଳଙ୍ଗ ନଦୀର ଉଦ୍‌ବୃତ୍ତ ପାଣି ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ। କିଛି ବର୍ଷ ପୂର୍ବେ କୁଆପାଳ, ମୁକ୍ତାପୁର ଓ ନୀଳକଣ୍ଠପୁର ପ୍ରଭୃତି ଗ୍ରାମ ନଦୀ ଗର୍ଭରେ ଲୀନ ହୋଇଯାଇଥିବା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ର, ରାଧାକୃଷ୍ଣ ପାତ୍ର ଓ ଆନନ୍ଦ ଶଙ୍କର ପାତ୍ର କହିଛନ୍ତି। ଏଭଳି ସମସ୍ୟାକୁ ନେଇ ଇତିମଧ୍ୟରେ ଅନେକ ପରିବାର ଗାଁ ଛାଡ଼ି ଅନ୍ୟତ୍ର ବସବାସ କରୁଥିବା ଦେଖିବାକୁ ମିଳିଛି।
ବର୍ଷା ଋତୁରେ ନଈ ବଢ଼ିଲେ ଉକ୍ତ ୪ ଗ୍ରାମବାସୀଙ୍କ ଚିନ୍ତା ବଢ଼େ। ନଦୀର ଉଦ୍‌ବୃତ୍ତ ଜଳ ଗାଁରେ ପଶି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଜରୁରିକାଳୀନ ସେବା ପାଇବାରୁ ଲୋକେ ବଞ୍ଚତ୍ତ ହେବା ସହିତ ଠିକ୍‌ ସମୟରେ ରିଲିଫ ସାମଗ୍ରୀ ମିଳିବାରେ ବିଳମ୍ବ ହୋଇଥାଏ। ବଡ଼ସାହି ବ୍ଲକ ମୁଖ୍ୟାଳୟଠାରୁ ୧୫କି.ମି. ଦୂରରେ ବାଘୁଆପାଳ, ପତରାପଦା, ମାଙ୍କଡ଼ାପାଳ ଓ ଭଞ୍ଜବାଟି ଗ୍ରାମ ଅବସ୍ଥିତ। ଏହି ୪ ଗାଁରେ ୧୦ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଚାଷ ସେମାନଙ୍କର ମୁଖ୍ୟ ଜୀବିକା। ପ୍ରତି ବର୍ଷ ବନ୍ୟା ପାଣି ଗାଁରେ ପଶିବା ଦ୍ୱାରା ଗୃହପାଳିତ ପ୍ରାଣୀ ବିଶେଷ ପ୍ରଭାବିତ ହେଉଥିବା ବେଳେ ପରିବା ଚାଷ ମଧ୍ୟ ନଷ୍ଟ ହେଉଛି। ପାଣି ଘେରରେ ବାଘୁଆପାଳ ଓ ଭଞ୍ଜବାଟୀ ଗ୍ରାମର ଲୋକମାନେ ଜଳବନ୍ଦୀ ହୋଇ ରହିଥାନ୍ତି। ରାସ୍ତାଘାଟ ଧୋଇ ନଷ୍ଟ ହୋଇଯାଇଥାଏ। ପାଣି ଛାଡ଼ିବା ପରେ ଦୀର୍ଘ ୧୫କି.ମି. ବୁଲି ମୁଖ୍ୟାଳୟକୁ ଯିବା ଆସିବା କରିଥାନ୍ତି। ବିପନ୍ନଙ୍କ ପାଇଁ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଛନ୍ତି। ଗମନାଗମନର ସୁବିଧା ନିମନ୍ତେ ବଳଭଦ୍ରପୁର ପଞ୍ଚାୟତର ସିଂହଟିଆରୁ ବାଘୁଆପାଳ ଗାଁ ମଧ୍ୟରେ ଏକ ପୋଲ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଛି। ଏ ନେଇ ଶିରିଶ ଚନ୍ଦ୍ର ଗିରିଙ୍କ ନେତୃତ୍ୱରେ ୪ ଗ୍ରାମର ହଜାର ହଜାର ଲୋକଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ଯୋଜନା ବୋର୍ଡ ଅଧ୍ୟକ୍ଷ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ବାଲେଶ୍ୱର ଏମ୍‌ପି, ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ବଡ଼ସାହି ବିଧାୟକ ସନାତନ ବିଜୁଳି ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଉକ୍ତ ସ୍ଥାନରେ ପୋଲ ନିର୍ମାଣ ହେଲେ ବଳଭଦ୍ରପୁର, ଶିଆଳୀଘାଟି ଓ ପାଉଁଶିଆ ଆଦି ପଞ୍ଚୟତର ଲୋକେ ମୁଖ୍ୟାଳୟକୁ ସୁରୁଖୁରୁରେ ଯାତାୟାତ କରିବା ସହିତ ସେମାନଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?