ଏହିସବୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଏମ୍‌ପି

ବରଗଡ,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ସୋମବାର ଭୁବନେଶରସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ସେ ବରଗଡ଼ ସଂସଦୀୟ କ୍ଷେତ୍ରର ବହୁ ସମସ୍ୟା ଓ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ବୋଲି ଏମ୍‌ପି ପୁରୋହିତ ସୂଚନା ଦେଇଛନ୍ତି। ବିଶେଷ ଭାବରେ ବରଗଡ଼ – ନୂଆଁପଡ଼ା ରେଲୱେ ଲାଇନ ପାଇଁ ଜମି ଅଧିଗ୍ରହଣ ଓ କାର୍ଯ୍ୟ ତ୍ୱରାନ୍ନିତ କରିବା, ବରଗଡ଼ କ୍ୟାନ୍ସସର ହସ୍ପିଟାଲ ତୁରନ୍ତ ସଚଳ କରିବା, ଝାରସୁଗୁଡ଼ା ଜିଲାରେ ପ୍ରତିଷ୍ଠିତ ସମସ୍ତ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବତୀଯୁବକ ମାନଙ୍କୁ ଅଗ୍ରଧିକାର ଭିତ୍ତିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ରାଜ୍ୟର ଅନ୍ୟାନ୍ୟ ସ୍ଥାନ ପରି ବରଗଡ଼ ଚିନି କାରଖାନାକୁ ପୁନଃ ଉଦ୍ଧାର କରିବା, ନୃସିଂହନାଥ – ହରିଶଙ୍କର ମଧ୍ୟରେ ରୋପ ୱେ ନିର୍ମାଣ କରିବା, ଧାନ ସଂଗ୍ରହ ନୀତି, କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସମସ୍ୟା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ବରଗଡ଼ ଲୋକସଭା କ୍ଷେତ୍ରର ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ମଧ୍ୟ କରିଥିଲେ ବୋଲି ପୁରୋହିତ ଏକ ବିବୃତ୍ତିରେ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 

Share