ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ ନେବା ଏକ ଯନ୍ତ୍ରଣାଦାୟକ ସତ୍ୟକୁ ସାମ୍ନାକୁ ଆଣୁଛି। ମେହେଟ୍ଟାଙ୍କ କ୍ୟାରିୟର ଅତ୍ୟନ୍ତ ସଫଳ ଥିଲା। ସେ ଦିଲ୍ଲୀର ନାଗରିକ ସେବା, ପରିବହନ ଏବଂ ବିଦ୍ୟୁତ ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ୨୦୧୦ କମନୱେଲ୍‌ଥ ଗେମ୍ସ ସମୟରେ ମଧ୍ୟ ସେ ପ୍ରଶାସନର ନେତୃତ୍ୱ ନେଇଥିଲେ। ତଥାପି ଏହିସବୁ ସଫଳତାରୁ ଆମେ ଜାଣିିପାରିବା ନାହିଁ ଯେ, ସେ ବ୍ୟକ୍ତିଗତ ଜୀବନରେ କେଉଁ ସମସ୍ୟାରେ ରହୁୁଥିଲେ। ସାଧାରଣତଃ ଅସୁସ୍ଥତା, ବାର୍ଦ୍ଧକ୍ୟ, ଏକାକୀପଣ, ବୃତ୍ତିଗତ ଲକ୍ଷ୍ୟ ହାସଲ ନ କରିବା ଏବଂ କ୍ଷମତା ଓ ଦାୟିତ୍ୱପୂର୍ଣ୍ଣ ଜୀବନରୁ ଏକ ଶାନ୍ତ ଜୀବନକୁ ପରିବର୍ତ୍ତନ ହେବା ଅନେକ ସମୟରେ ମନରେ ଗଭୀର ଚାପ ସୃଷ୍ଟି କରେ, ଯାହା ବାହାରକୁ ଆଦୌ ଜଣାପଡ଼େ ନାହିଁ। ମେହେଟ୍ଟାଙ୍କ ମୃତ୍ୟୁ କ୍ଷେତ୍ରରେ ଏହା ଘଟିଥାଇପାରେ। ତାଙ୍କର ଏଭଳି ଚରମ ପଦକ୍ଷେପ ଦର୍ଶାଏ ଯେ, ଆପଣଙ୍କର ନିକଟତର ବ୍ୟକ୍ତି ମଧ୍ୟ ବାହାରକୁ ଭଲ ଲାଗୁଥିଲେ ବି ତାଙ୍କ ଭିତରେ ମାନସିକ ଅଶାନ୍ତି ଥାଇପାରେ। ଆମେ ସାଧାରଣତଃ ଭାବିଥାଉ, ଯେଉଁମାନେ ଜୀବନ ସାରା ସଙ୍କଟର ମୁକାବିଲା କରିଛନ୍ତି ଏବଂ ଜଟିଳ ନିଷ୍ପତ୍ତି ନେଇଛନ୍ତି, ସେମାନେ ନିଜ ସମସ୍ୟାର ସାମ୍ନା କରିବା ପାଇଁ ଅଧିକ ସକ୍ଷମ। କିନ୍ତୁ ପ୍ରକୃତରେ ତାହା ଭୁଲ୍‌। ଆମେ ଜଣଙ୍କୁ ଦେଖି ‘ସବୁ ଠିକ୍‌ ଅଛି ତ’ ବୋଲି ପଚାରିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ଅଧିକ ଅନୁଧ୍ୟାନ କରିବାକୁ ହେବ। ଅନେକ ସମୟରେ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଉଥିବା ଲୋକମାନେ ମଧ୍ୟ ଚାପରେ ରହିିଥାନ୍ତି, ଯାହା ବାହାରକୁ ଜଣାପଡ଼େ ନାହିଁ। ହେଲେ ଆମେ ଏହା ଅନୁଭବ କଲାବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ।
ଚାକିରି ଛାଡୁଛନ୍ତି ଅଧିକାରୀ
ଆରଟିଆଇ ତଥ୍ୟ ଅନୁଯାୟୀ, ୨୦୧୦ ରୁ ୨୦୨୬ ମଧ୍ୟରେ ଅତିକମ୍‌ରେ ୩୨ ଜଣ ଆଇଏଏସ୍‌ ଅଧିକାରୀଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଏଥିରେ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ଅଧିକାରୀ ଚାକିରି ଛାଡ଼ିଛନ୍ତି ଏବଂ ଏହା ପଛକୁ ରହିଛନ୍ତି ମହାରାଷ୍ଟ୍ର, ଛତିଶଗଡ଼ ଏବଂ କର୍ନାଟକ। ୨୦୧୦ରେ ୬ଟି ଇସ୍ତଫା ଗୃହୀତ ହୋଇଥିବାବେଳେ, ତା’ପରଠାରୁ ଏହି ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ଅନେକ ହଜାର ଅଧିକାରୀ ଥିବା ଏକ ସେବାରୁ ୧୬ ବର୍ଷ ମଧ୍ୟରେ ୩୨ ଜଣ ଚାକିରି ଛାଡ଼ିବାକୁ ବଡ଼ଧରଣର ପଳାୟନ କୁହାଯାଇପାରିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚାକିରି ଛାଡ଼ିବା ପଛରେ ଥିବା କାରଣଗୁଡ଼ିକ ଉପରେ ଅନୁସନ୍ଧାନ ହେବା ଆବଶ୍ୟକ। ୧୩ ବର୍ଷ ଚାକିରି ପରେ ଦିବ୍ୟା ମିତ୍ତଲଙ୍କ ଚାକିରି ଛାଡ଼ିବା ନିଷ୍ପତ୍ତି ପୁନର୍ବାର ଚର୍ଚ୍ଚାକୁ ଆସିିଥିବା ବିଷୟ ଗତ ସପ୍ତାହରେ ଏହି ସ୍ତମ୍ଭରେ ଉଲ୍ଲେଖ କରାଯାଇଥିଲା। ତାଙ୍କ ଇସ୍ତଫା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଗୃହୀତ ହୋଇନାହିଁ, ତେଣୁ ଏହା ଆର୍‌ଟିଆଇ ତାଲିକାରେ ଅନ୍ତର୍ଭୁକ୍ତ ନାହିଁ। ସରକାର ସ୍ବୀକାର କରନ୍ତିି ଯେ, ପ୍ରତ୍ୟାହାର କରାଯାଇଥିବା ଇସ୍ତଫାଗୁଡ଼ିକର କୌଣସି ରେକର୍ଡ ନାହିଁ। ତେଣୁ ୩୨ ଜଣ ଚାକିରି ଛାଡ଼ିବା ଏକ ବଡ଼ ସଂଖ୍ୟା କି ନୁହେଁ ତାହା ସ୍ପଷ୍ଟ ନୁହେଁ। ଆଇଏଏସ୍‌ ଅଧିକାରୀମାନେ କେବଳ ନିରାଶ ହୋଇ ଇସ୍ତଫା ଦିଅନ୍ତିନିି ବରଂ କେହି କେହି ଉଦ୍ୟୋଗୀ, ରାଜନୀତି, ବ୍ୟକ୍ତିଗତ ପ୍ରାଥମିକତା କିମ୍ବା କେବଳ କିଛି ନୂଆ କରିବା ପାଇଁ ଚାକିରି ଛାଡ଼ିଥାନ୍ତି। ଆଉ କେତେଜଣ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ବାରମ୍ବାର ବଦଳି, ସାଂସ୍ଥାଗତ ପ୍ରତିବନ୍ଧକ ଏବଂ ସୀମିତ ବୃତ୍ତିଗତ ସ୍ବାଧୀନତାକୁ ନଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଲୋକପ୍ରିୟ ତୁକାରାମ
ଆଇଏଏସ୍‌ ଅଧିକାରୀ ତଥା ଏଫ୍‌ଡିଏ କମିଶନର ତୁକାରାମ ମୁଣ୍ଢେ ରାଜନେତାମାନଙ୍କଠାରୁ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି । ସମ୍ପ୍ରତି ଇନଷ୍ଟାଗ୍ରାମ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରର ଏଫ୍‌ଡିଏ କମିଶନରଙ୍କ ଫଲୋଅର୍ସ ସଂଖ୍ୟା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ଏବଂ ଉପ-ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କଠାରୁ ଆଗରେ ଅଛି। ଆହୁରି ଚମତ୍କାରର କଥା ହେଉଛି, ଲୋକଙ୍କ ସହ ଜଡ଼ିତ ହେବାରେ ମଧ୍ୟ ସେ ଆଗରେ ରହିଛନ୍ତି । ମୁଣ୍ଢେ ପ୍ରାୟ ଏକ ଡଜନ ପୋଷ୍ଟ ମାଧ୍ୟମରେ ଏହା ହାସଲ କରିଛନ୍ତି। ବାସ୍ତବରେ ଫଲୋଅର୍ସ ସଂଖ୍ୟା ଅପେକ୍ଷା ଏହା ପଛରେ ଥିବା କାରଣ ଅଧିକ ଗୁରୁତ୍ୱପୂର୍ଣ୍ଣ। ମୁଣ୍ଢେ ଗତ କିଛି ମାସ ଧରି ଯେଉଁ କାମ କରୁଛନ୍ତି, ତାହା ସାଧାରଣତଃ ବାବୁମାନେ କରିବେ ବୋଲି ଆଶା କରାଯାଏ। ଅର୍ଥାତ ସେମାନେ ନିୟମ କଡ଼ାକଡ଼ି ଭାବେ ଲାଗୁ କରିବା ଦରକାର। ଏଫ୍‌ଡିଏ ୩,୧୦୦ରୁ ଅଧିକ ଯାଞ୍ଚ କରି ପ୍ରାୟ ୧୬୫ଟି ଲାଇସେନ୍ସ ରଦ୍ଦ କରିଛି ଏବଂ ୭୫୦ରୁ ଅଧିକ ସଂଶୋଧନ ନୋଟିସ ଜାରି କରିଛି। ରେଷ୍ଟୁରାଣ୍ଟ, ଦୁଗ୍ଧ ଫାର୍ମ, ଫୁଡ୍‌ ଚେନ୍‌ ଏବଂ ବୃହତ ଇ-କମର୍ସ ସଂସ୍ଥା ମଧ୍ୟ ଏହି ନିୟାମକ କାର୍ଯ୍ୟାନୁଷ୍ଠାନର ପ୍ରଭାବ ଅନୁଭବ କରିଛନ୍ତି। ଏହା ତାଙ୍କୁ ଲୋକପ୍ରିୟ ଏବଂ ବିବାଦୀୟ ବି କରିିଛି। କେତେକ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନର ଯଥାର୍ଥତା ଉପରେ ସମାଲୋଚକମାନେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ବମ୍ବେ ହାଇକୋର୍ଟ ନିକଟରେ ଏକ ମାମଲାରେ କାର୍ଯ୍ୟପନ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମୁଣ୍ଢେ କହିଛନ୍ତି, ଯଦି କାର୍ଯ୍ୟପନ୍ଥାରେ କୌଣସି ତ୍ରୁଟି ପ୍ରମାଣିତ ହୁଏ, ତେବେ ତାହା ସଂଶୋଧନ କରାଯିବା ଉଚିତ। ତେବେ ରାଜନେତା କିମ୍ବା ବାବୁମାନେ ଏଭଳି ଉପଦେଶ ହୁଏତ ଗ୍ରହଣ କରିବେ ନାହିଁ। ହେଲେ ମୁଣ୍ଢେଙ୍କ ଅନୁଗାମୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା, ନିଜର ଆଭିମୁଖ୍ୟ ରଖୁଥିବା ଏବଂ ବେଳେବେଳେ କଠୋର ନିଷ୍ପତ୍ତି ନେଉଥିବା ଜଣେ ଅଫିସରଙ୍କୁ ଦେଖୁଛନ୍ତି ।
Email: dilipcherian@gmail.com

Dharitri – Odisha’s No.1 Odia Daily

Share