ରୁଷିଆ-ୟୁକ୍ରେନ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ: ଭୋଟିଂରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୨୮ ।୨: ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଚାଲିଥିବା ଆକ୍ରମଣକୁ ନେଇ ରବିବାର ବିଳମ୍ବିତ ରାତି ଅର୍ଥାତ୍ ରାତି ପ୍ରାୟ ୧ଟା ୩୦ ମିନିଟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନଜିଏ)ର ଜରୁରୀ ବୈଠକ ଡକାଯିବ କି ନା ଭୋଟ ମାଧ୍ୟମରେ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଭାରତ ୟୁଏନଏସସିର ପ୍ରକ୍ରିୟାଗତ ଭୋଟଠାରୁ ଦୂରେଇ ରହିଛି । କିନ୍ତୁ ଜାତିସଂଘର ସାଧାରଣ ସଭାରେ ୟୁକ୍ରେନ୍ ଯୁଦ୍ଧ ଉପରେ ଜରୁରୀ ବୈଠକ ଡାକିବା ସପକ୍ଷରେ ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ ମତ ଦେଇଛନ୍ତି । ୧୧ ଜଣ ସଦସ୍ୟ ସପକ୍ଷରେ ମତ ଦେବା ପରେ ୟୁଏନଜିଏରେ ଜରୁରୀକାଳିନ ଅଧିବେଶନ ଡାକିବା ପାଇଁ ବାଟ ଫିଟି ଯାଇଛି ।
ସୂଚନାଯୋଗ୍ୟ, ଭାରତ, ଚାଇନା ଓ ୟୁଏଇ ଏହି ମତଦାନରୁ ବିରତ ରହିଛନ୍ତି । ୟୁଏନଏସସିର ବିଶେଷ ବୈଠକରେ ୫ ସ୍ଥାୟୀ ସଦସ୍ୟଙ୍କ ସହ ୧୦ ଅସ୍ଥାୟୀ ସଦସ୍ୟ ସାମିଲ ହୋଇଥିଲେ । ରୁଷିଆ ଏହା ବିରୋଧରେ ମତଦାନ କରିଥିଲା । ଭାରତର ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି କରିଛନ୍ତି ପରିସ୍ଥିତିକୁ ଦେଖି ଭାରତ ଭୋଟିଂ କଲା ନାହିଁ ।

Share