ଅସୁରକ୍ଷିତ ଛାତ୍ରାବାସ: ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

ଦାରିଙ୍ଗବାଡି, ୨/୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ପଞ୍ଚାୟତ ବିରାଗାଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପୁରୁଣା କୋଠାରେ ଚାଲିଛି ଏକ ଛାତ୍ରାବାସ। ଏହାକୁ ବିଦ୍ୟାଳୟ କର୍ତ୍ତ୍ୟୁପକ୍ଷ ସରକାରଙ୍କଠାରୁ ଅନୁଦାନ ଆଣି ଚଳାଇଥିବା କହୁଥିବାବେଳେ ଏହି ଛାତ୍ରାବାସ ଚାଲିଥିବା ସମ୍ପର୍କରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ସିଧା କହିଛନ୍ତି, ଏଭଳି କୌଣସି ଛାତ୍ରାବାସ ଦନେକବାଡି ଅଞ୍ଚଳରେ ଚାଲିଥିବା ତାଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି। ଏହା ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଅନୁମତି ନେଇ ଚଳାଇ ଥାଇପାରନ୍ତି ବୋଲି କହିଛନ୍ତି।

ପ୍ରକାଶ ଯେ, ଦୁର୍ଗମ ଅଞ୍ଚଳରେ ଏହି ଛାତ୍ରାବାସ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପାଣି ଓ ଶୌଚାଳୟର ଅଭାବ ଯୋଗୁ ଛାତ୍ରାବାସରେ ରହିଥିବା ୯୦ଛାତ୍ର ଉକ୍ତ ଛାତ୍ରାବାସଠାରୁ ପ୍ରାୟ ଏକ କିମି ଦୂରତା ଜଙ୍ଗଲରେ ବୋହିଯାଉଥିବା ନଦୀ ଓ ତା’ ନିକଟରେ ରହିଥିବା ଚୁଆ ଓ ପୋଖରୀକୁ ଶୌଚ ପାଇଁ ଯାଉଛନ୍ତି। ରବିବାର ଛୁଟି ରହିଥିବାରୁ ଦଳ ଦଳ ହୋଇ ଛାତ୍ରମାନେ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଛାତ୍ରଙ୍କ ପ୍ରତିକ୍ରିୟା ନେବାରୁ ସେମାନେ ଶୌଚ ପାଇଁ ଜଙ୍ଗଲକୁ ଯାଉଥିବା ଓ ଛାତ୍ରାବାସରେ ମାତ୍ର ୨ ଟି ଶୌଚାଳୟ ରହିଥିବା ଯୋଗୁ ସମସ୍ୟା ଭୋଗୁଛୁ ବୋଲି କହିଥିଲେ।

ସେହିପରି ଛାତ୍ରାବାସରେ ଛାତ୍ରମାନେ ଏଣେ ତେଣେ ବୁଲି ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ କୁକୁର, କୁକୁଡ଼ା, ଗାଈ, ବଳଦ, ଛେଳି ବିଚରଣ କରୁଥିବା ସ୍ଥାନରେ ଛାତ୍ରଙ୍କୁ ଖାଇବାକୁ ପଡୁଥିବା ଛାତ୍ରମାନେ କହିଛନ୍ତି। ଛାତ୍ରମାନଙ୍କୁ ଅତ୍ୟନ୍ତ ଦୂଷିତ ପରିବେଶ ମଧ୍ୟରେ ଖାଦ୍ୟ ଗ୍ରହଣ ସହ ରାତ୍ରିଯାପନ କରିବାକୁ ପଡୁଛି। ସରକାର କେବଳ ବିଦ୍ୟାଳୟ ଖୋଲିଥିବାବେଳେ ସେଠାରେ କୌଣସି ହଷ୍ଟେଲ ଖୋଲିନାହାନ୍ତି। ତେବେ ସେଠାରେ କୌଣସି ମୌଳିକ ସୁବିଧା ନ ଥାଇ ଛାତ୍ରାବାସ ଚଳାଇବାକୁ କିଭଳି, ଆଉ କିଏ ଅନୁମତି ଦେଇଛି ସେ ସମ୍ପର୍କରେ କାହାରି ନିକଟରେ ସଠିକ ସୂଚନା ନାହିଁ। ଏନେଇ ହଷ୍ଟେଲ ଦାୟିତ୍ୱ ରେ ଥିବା ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ବ୍ରଜ କିଶୋର ସିଂ ପଚାରିବାରୁ ସେ କହିଛନ୍ତି, ଉକ୍ତ ଛାତ୍ରାବାସ ପାଇଁ ସରକାର ବର୍ଷକୁ ଥରେ ଅନୁଦାନ ଦେଉଛନ୍ତି ଉକ୍ତ ଅନୁଦାନରେ ହଷ୍ଟେଲ ଚଲାଇବା ସହ ରକ୍ଷଣାବେକ୍ଷଣ କରାଯାଉଛି।

ସେହିପରି ଛାତ୍ରାବାସରେ ରହିଥିବା ପାଣି ଉଠାଉଥିବା ମୋଟରଟି ଅଚଳ ହୋଇପଡିଛି। ଛାତ୍ରମାନେ ତାଙ୍କ ପ୍ରତିକ୍ରିୟାରେ ନିୟମିତ ବାହାରକୁ ଶୌଚ ପାଇଁ ଯାଉଥିବା କହିଛନ୍ତି। ତେବେ ଛାତ୍ର ଏବଂ ଛାତ୍ରାବାସ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ମଧ୍ୟରେ କୌଣସି କଥାରେ ତାଳମେଳ ରହୁ ନ ଥିବା ଜଣାପଡିଛି। ସେହିପରି ଛାତ୍ରାବାସରେ ଆଜି ଆମିଷ ରୋଷେଇ ହୋଇଥିବାରୁ କୁକୁର ଓ ଅନ୍ୟ ପ୍ରାଣୀମାନେ ଭିତରକୁ ଆସିଯାଇଥିବା ଶିକ୍ଷକ ସିଂ କହିଛନ୍ତି। ଏନେଇ କନ୍ଧମାଳ ଜିଲା ଶିକ୍ଷାଧିକାରୀ ରାଜେଶ ସ୍ବାଇଁଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ସେ ଏବେ ଶୁଣିଲେ। ଉକ୍ତ ବିଦ୍ୟାଳୟରେ ଛାତ୍ରାବାସ ଚଳାଇବାକୁ ସେ ଅନୁମତି ଦେଇଛନ୍ତି କି ନାହିଁ ତାର ଯାଞ୍ଚ କରିବି ଓ ଆବଶ୍ୟକ ଆଇନଗତ ପଦକ୍ଷେପ ନେବି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଜବତ ହେଲା ଦେଶୀ ମହୁଲି, ଗାଁ ନିକଟରେ ଯାଉଥିବାବେଳେ ମାଡିବସିଲା ଅବକାରୀ ବିଭାଗ, ଘଟଣାରେ…

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ ଥାନା ଚାନ୍ଦପୁର ଗ୍ରାମ ନିକଟରେ ଯାଉଥିବା ଏକ ଇଣ୍ଡିଗୋ କାର୍‌ରୁ ୧୪୦ ଲିଟର ଦେଶୀ ମହୁଲି ଜବତ ହୋଇଛି। ତଦନ୍ତ…

ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ: ଏହି ବୟସର ଝିଅଙ୍କୁ ମିଳିବ ଟିକା

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଏହି…

ଏସବୁ ଲକ୍ଷଣ ଦେଖାଯାଉଛି କି, ହୋଇପାରେ କିଡନୀ ଡ୍ୟାମେଜ୍‌

କିଡ୍‌ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ଜୟପୁର ଜିଲା କୋର୍ଟରେ ଫେରାର ଥାନା ଅଧିକାରୀଙ୍କ ଆତ୍ମସମର୍ପଣ, ଗଞ୍ଜେଇ ବେପାରୀଙ୍କୁ ସହଯୋଗ….

ଜୟପୁର,୨।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଫେରାର ଥିବା ଥାନା ଅଧିକାରୀ ଜୟପୁର ଜିଲା ଜଜ୍ କୋର୍ଟରେ ଆତ୍ମ ସମର୍ପଣ । ଥାନା…

କିଙ୍ଗ୍‌ କୋହଲିଙ୍କ ମହାରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ, ଏମିତି କରି…

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରନ ଚେଜ ସମୟରେ ସଞ୍ଜୁ ସାମସନ ୫୦ଟି ବଲରେ ୧୨ଟି ଚୌକା ଏବଂ ୪ଟି ଛକା…

‘ମୁଁ ସୁରକ୍ଷିତ ଅଛି’, ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ ଦୁବଇରେ ଫସିଥିବା ସୋନାଲ ଚୌହାନ ଦେଲେ ବଡ଼ ଅପଡେଟ, କହିଲେ…

ଦୁବଇ,୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟପ୍ରାଚ୍ୟ ବର୍ତ୍ତମାନ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ଅନୁଭବ କରୁଛି। ଏହି ସମୟରେ, ଦୁବାଇରେ ଫସି…

ଗାଙ୍ଗମାଙ୍କ ରତ୍ନ ମୁଦ ପ୍ରତିଷ୍ଠା: ଶତାଧିକ ଶ୍ରଦ୍ଧାଳୁ ସାମିଲ

ପଟ୍ଟାଙ୍ଗି,୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଗ୍ରାମଦେବୀ ମା’ଗାଙ୍ଗମାଙ୍କ ରତ୍ନ ମୁଦ ପ୍ରତିଷ୍ଠା ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ…

ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ବଡ଼ ନିଷ୍ପତ୍ତି, ଫିଫା ବିଶ୍ୱକପରୁ ଓହରି ଯିବା ନେଇ ଆସିଲା ବଡ଼ ସଙ୍କେତ

ତେହରାନ୍‌,୨।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବେ ଫିଫା ବିଶ୍ୱକପ୍‌ 2026 ଉପରେ ମଧ୍ୟ ପ୍ରଭାବ ପକାଇବା ପରି ମନେ ହେଉଛି। ସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri