ଅବହେଳା ଯୋଗୁ ଅସୁରକ୍ଷିତ

ବଇଣ୍ଡା,୮ା୧୧ (ପରିକ୍ଷିତ ସାହୁ): ବଢ଼ିଚାଲିଛି ବନ୍ୟସମ୍ପଦ ଲୁଟ୍‌ପାଟ। ନିୟମିତ ଗଛ କାଟୁଛନ୍ତି କାଠ ମାଫିଆ। ଚୋରି ହେଉଛି ଲଘୁ ଖଣିଜ ଦ୍ରବ୍ୟ। ଶିକାର ହେଉଛନ୍ତି ବନ୍ୟଜନ୍ତୁ। ଜଙ୍ଗଲ ମଧ୍ୟରେ ଏପରି ଅବାଧ ପ୍ରବେଶ, ଚୋରି ଓ ଶିକାର ଘଟଣାକୁ ରୋକିପାରୁନି ଦାୟିତ୍ୱରେ ଥିବା ବନ ବିଭାଗ। ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁ ଅଧିକ ପ୍ରଭାବିତ ତଥା ଅସୁରକ୍ଷିତ ହେଉଛନ୍ତି ହାତୀ। ଜଙ୍ଗଲ ମଧ୍ୟରେ ଖାଦ୍ୟାଭାବର ଶିକାର ହେଉଥିବାରୁ ଏହି ବିଶାଳକାୟ ପ୍ରାଣୀ ଗାଁ ମୁହାଁ ହେଉଛି। ହେଲେ ବାର୍‌ହା ଶିକାରୀଙ୍କ ବିଦ୍ୟୁତ୍‌ ଫାଶ ଏମାନଙ୍କ ପାଇଁ କାଳ ସାଜୁଛି। ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ଏହି କାରଣରୁ ହେଉଥିବା ଅଭିଯୋଗ ହେଉଥିଲେ ହେଁ ତଦନ୍ତ ଜାରି ରହିଥିବା କହି ଏହାକୁ ଲୁଚାଇବାର ଉଦ୍ୟମ କରାଯାଉଛି।
ଆଠମଲ୍ଲିକ ବନଖଣ୍ଡରେ ବିଦ୍ୟୁତ୍‌ ଫାଶରେ ପଡ଼ି ହାତୀଙ୍କ ଜୀବନ ଯିବା ବାରମ୍ବାର ଦେଖାଯାଉଛି। ବନଖଣ୍ଡର ଆଠମଲ୍ଲିକ, ମାଧପୁର, ଧଣ୍ଡାଟୋପା, ହଣ୍ଡପା ଓ ବାମୁର ରେଞ୍ଜରେ ହାତୀଙ୍କ ଚଳପ୍ରଚଳ ଥିବାବେଳେ ହଣ୍ଡପା, ମାଧପୁର ଓ ବାମୁର ରେଞ୍ଜରେ ଶିକାରୀ ଅଧିକ ସକ୍ରିୟ ରହିଥିବା କୁହାଯାଉଛି। କାରଣ ଏକାଧିକ ହାତୀଙ୍କ ଜୀବନ ଶିକାରୀମାନଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଯାଇଛି। ୧୪ ନଭେମ୍ବର ୨୦୧୮ରେ ହଣ୍ଡପା ରେଞ୍ଜ ସାପଘରା ପଞ୍ଚାୟତର ହେମାମୁରା ଜଙ୍ଗଲରେ ଏକ ଦନ୍ତା ହାତୀ ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାଣ ହରାଇଥିଲା। ସେହିପରି ୨୫ ନଭେମ୍ବର ୨୦୧୯ରେ ଟେଣ୍ଟୁଲି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଜଙ୍ଗଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ହାତୀ ମୃତ୍ୟୁର କାରଣ ବୋଲି କୁହାଯାଉଥିଲେ ହେଁ ବନ ବିଭାଗ ପ୍ରମାଣ ପାଇପାରି ନ ଥିଲା। ଏହି ରେଞ୍ଜର ନାକିଚି ଜଙ୍ଗଲଠାରେ ୫ ଜୁନ ୨୦୨୧ରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ମୃତ ଶରୀରରୁ ଗୁଳି ମିଳିଥିବାରୁ ଏଥିରେ ଶିକାରୀଙ୍କ ହାତ ଥିବା ଜଣାପଡ଼ିଥିଲା। ମାଧପୁର ରେଞ୍ଜର ମୁଣ୍ଡାପଡା ଖେସ୍ରା ଜଙ୍ଗଲରେ ୧୫ ଅକ୍ଟୋବର ୨୦୨୨ରେ ଏକ ଅଣ୍ଡିରା ହାତୀର ମୃତ୍ୟୁ ହୋଇଥିଲା। ସେହିପରି ବାମୁର ରେଞ୍ଜ ଶାନ୍ତିପୁର ଜଙ୍ଗଲରେ ୨୮ ଅକ୍ଟୋବର ୨୦୨୨ରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ବାର୍‌ହା ଶିକାର ଉଦ୍ଦେଶ୍ୟରେ ବସାଯାଇଥିବା ବିଦ୍ୟୁତ୍‌ ଫାଶ ହାତୀର ଜୀବନ ନେଇଥିବା ଚର୍ଚ୍ଚା ଲାଗି ରହିଥିଲେ ବି ବନ ବିଭାଗର ତଦନ୍ତ ଶେଷ ହୋଇପାରି ନାହିଁ। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ବିଶେଷକରି ଐତିହ୍ୟ ପ୍ରାଣୀ ହାତୀ ମୃତ୍ୟୁକୁ ନେଇ ନାନା ତନାଘନା ହେଉଛି। ନୂଆ ନୂଆ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି। ହେଲେ ବନ ବିଭାଗ ଯତ୍ନବାନ ହେଉ ନ ଥିବାରୁ ହାତୀ ମୃତ୍ୟୁ ଘଟଣା ବଢ଼ିଚାଲିଥିବା ଅଭିଯୋଗ ହେଉଛି। ଏ ନେଇ ଆଠମଲ୍ଲିକ ଡିଏଫ୍‌ଓ ଏସ୍‌.ଆନନ୍ଦ କହିଛନ୍ତି, ହାତୀକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

ବିଭାଗ ଯତ୍ନବାନ ହେଉନି
ଜଙ୍ଗଲରେ ଖାଦ୍ୟ ବୃଦ୍ଧି ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ହାତୀପଲ ଧାନ, ଆଖୁ ଆଦି ଖାଇବାକୁ ଗଁା ମୁହଁା ହେଉଛନ୍ତି। ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଥିବାବେଳେ ଉପଯୁକ୍ତ କ୍ଷତିପୂରଣ ମିଳୁନି। ଅନେକ ସମୟରେ ଗଁା ମୁହଁା ହାତୀ ବାର୍‌ହା ପାଇଁ ବସାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାଣ ହରାଉଛନ୍ତି। ବନ ବିଭାଗ ଯତ୍ନବାନ ହେଉ ନ ଥିବାରୁ ଏପରି ଘଟଣା ବଢ଼ିଚାଲିଛି।
-ଶିବରାମ ନାୟକ, ସାନହୁଲା

ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ
ଆଠମଲ୍ଲିକ ବନଖଣ୍ଡରେ ଗୋଟିଏ ପରେ ଗୋଟିଏ ହାତୀ ବିଦ୍ୟୁତ୍‌ ଫାଶରେ ପଡ଼ୁଛନ୍ତି। ହେଲେ ଏହାକୁ ରୋକିବା ଦିଗରେ ବନ ବିଭାଗ ଉପଯୁକ୍ତ ପଦକ୍ଷେପ ନେଉନାହିଁ। ଏପରି କି ଠିକ୍‌ ଭାବେ ତଦନ୍ତ କରି ଶିକାରୀଙ୍କୁ ଗିରଫ କରାଯାଉ ନାହିଁ। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ।
-ଭଗବାନ ଘିୱାଲା, ବଇଣ୍ଡା

ଆଗେ ଅଧିକାରୀ ସଚେତନ ହୁଅନ୍ତୁ
ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା କୁହାଯାଉଛି। ହେଲେ ଆଠମଲ୍ଲିକ ବନଖଣ୍ଡରେ ଯେପରି ବିଦ୍ୟୁତ୍‌ ଫାଶରେ ପଡ଼ି ହାତୀ ମୃତ୍ୟୁ ଘଟଣା ବଢ଼ିଚାଲିଛି ସେଥିରୁ ବିଭାଗର ଅବହେଳା ବାରି ହୋଇପଡ଼ୁଛି। ତେଣୁ ପ୍ରଥମେ ନିଜ କର୍ତ୍ତବ୍ୟ ପ୍ରତି ବିଭାଗୀୟ ଅଧିକାରୀ ସଚେତନ ହୁଅନ୍ତୁ।

-ଧ୍ରୁବଚରଣ ସାହୁ, ବଡ଼ଗୋବିନ୍ଦପୁର
ଜଙ୍ଗଲରେ ଖାଦ୍ୟ ଯାଞ୍ଚ ହେଉନି
ବନ ବିଭାଗ ଅଧିକାରୀମାନେ ଠିକ୍‌ ଭାବେ ଜଙ୍ଗଲ ପରିଦର୍ଶନ କରୁନାହାନ୍ତି। ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ରହିଛି କି ନାହିଁ ତାହାର ଯାଞ୍ଚ କରୁନାହାନ୍ତି। ବନ ବିଭାଗର ଏହି ଅବହେଳା ଯୋଗୁ ହାତୀ ଜଙ୍ଗଲରୁ ବାହାରକୁ ଆସି ଖାଦ୍ୟ ଖୋଜିବା ବେଳେ ବାର୍‌ହା ପାଇଁ ବସାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାଣ ହରାଉଛି।
-ଅଞ୍ଜନ କୁମାର ପ୍ରଧାନ, ଆଇନଜୀବୀ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri