ଅସମାହିତ ଡ୍ରେନେଜ୍‌ ଅବ୍ୟବସ୍ଥା: ବଢ଼ିଲା ଦୁର୍ଦ୍ଦଶା

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଡ୍ରେନେଜ ଅବ୍ୟବସ୍ଥା ଏକ ପ୍ରମୁଖ ସମସ୍ୟାଭାବେ ରହି ଆସିଛି। ୧୯ୱାର୍ଡ ବିଶିଷ୍ଟ ବରଗଡ଼ ପୌର ପରିଷଦର ପ୍ରତି ୱାର୍ଡରେ ବର୍ଷବର୍ଷ ଧରି ଏହି ସମସ୍ୟା ପରିଲକ୍ଷିତ ହୋଇ ଆସୁଛି। ବିଭିନ୍ନ ପଡ଼ାର ଗଳିକନ୍ଦିଠାରୁ ସହରର ମୁଖ୍ୟରାସ୍ତା ପର୍ଯ୍ୟନ୍ତ ସବୁଠି ଡ୍ରେନେଜ ସମସ୍ୟା ଲାଗି ରହିଛି। ଫଳରେ ବର୍ଷାରେ ସହରର ବିଭିନ୍ନ ପଡ଼ା, ସରକାରୀ କାର୍ଯ୍ୟାଳୟ ସମେତ ସରକାରୀ ବସଷ୍ଟାଣ୍ଡ ଆଦି ଜଳାର୍ଣ୍ଣବ ହୋଇ ପଡ଼ିଛି। ଏଭଳି ସ୍ଥଳେ ସହରବାସୀଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ରବିବାର ରାତିରୁ ମଙ୍ଗଳବାର ପୂର୍ବାହ୍ନ ଯାଏ ହୋଇଥିବା ଲଗାଣ ବର୍ଷାରେ ସହରସ୍ଥିତ ଅଧିକାଂଶ ପଡ଼ା ଜଳମଗ୍ନ ହୋଇ ପଡ଼ିଥିଲା। ଗଳିକନ୍ଦି ରାସ୍ତାରେ ନଈ ଭଳି ପାଣି ବହୁଥିବାବେଳେ କେତେକ ପଡ଼ାରେ ରହିଥିବା ଅନେକ ଘର ପାଣି ଘେରରେ ଥିଲା। ସେହିପରି ବିଭିନ୍ନ ପଡ଼ାର ଅନେକ ଘରକୁ ନର୍ଦ୍ଦମା ପାଣି ମଧ୍ୟ ପଶିଥିଲା। ରାସ୍ତାରେ ବର୍ଷାପାଣି ଜମି ରହିଥିବାରୁ ଯାତାୟାତ କ୍ଷେତ୍ରରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ନର୍ଦ୍ଦମା ପାଣି ଘରକୁ ପଶିବା ଏବଂ ବର୍ଷାପାଣି ଘେରରେ ଅନେକ ଘର ଥିବାରୁ ଲୋକଙ୍କୁ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ବର୍ଷା ଛାଡ଼ିବା ପରେ ମଧ୍ୟ ଅନେକ ଗଳିକନ୍ଦି ରାସ୍ତାରେ ଏବେ ମଧ୍ୟ ପାଣି ଜମି ରହିଛି ଏବଂ ସେଥିପାଇଁ ଯାତାୟାତରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଭିଏଏସ୍‌ ନଗର, ୱାର୍ଡ ନଂ.୧୦ ଜୀରା କଲୋନୀ, ୱାର୍ଡ ନଂ.୧ ଅଧିନ ଲ କଲେଜ ରୋଡ୍‌ ଆଦି ସ୍ଥାନରେ ଏଭଳି ସମସ୍ୟା ଉପୁଜିଛି।
ସହରର ଅନେକ ପଡ଼ାରେ ଏ ଯାଏ ଡ୍ରେନେଜ ବ୍ୟବସ୍ଥା ହୋଇପାରି ନାହିଁ। ଫଳରେ ସେଠାରେ ବର୍ଷାଦିନେ ପଡ଼ାବାସୀଙ୍କୁ ତାହା ବଡ଼ ସମସ୍ୟା ପାଲଟିଛି। ସେହିପରି ଯେଉଁଠି ଡ୍ରେନ୍‌ ଅଛି, ସେଠାରେ ମଧ୍ୟ ସମସ୍ୟା କମି ନାହିଁ। ମଇଲା ଆବର୍ଜନାରେ ଅନେକ ସ୍ଥାନର ଡ୍ରେନ ପୂରି ରହିଥିବା ବେଳେ ଆଉ କେତେକ ସ୍ଥାନରେ ଡ୍ରେନ୍‌ ଗୁଡ଼ିକ ମୁକୁଳା ହୋଇ ପଡ଼ିଥିବା ପରିଲକ୍ଷିତ ହୋଇଛି। ଏଭଳି କ୍ଷେତ୍ରରେ ସେହି ରାସ୍ତାରେ ଲୋକଙ୍କ ଯାତାୟାତ ବିପଦପୂର୍ଣ୍ଣ ହୋଇ ପଡ଼ିଛି। ତେବେ ସହରର ଏଭଳି ଅବ୍ୟବସ୍ଥିତ ଡ୍ରେନେଜ ସମସ୍ୟାର ସୁଧାର ଆଣିବାକୁ ବାରମ୍ବାର ସହରବାସୀଙ୍କ ଦାବି ହୋଇ ଆସୁଛି। ମାତ୍ର ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା, ଇଚ୍ଛାଶକ୍ତି ଅଭାବରୁ ଦୀର୍ଘବର୍ଷ ଧରି ବରଗଡ଼ ସହରରେ ଡ୍ରେନେଜ୍‌ ସମସ୍ୟା ଅସମାହିତ ହୋଇ ରହିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri